କାଳବୈଶାଖୀ ପ୍ରଭାବ : ଶହଶହ ହେକ୍ଟର ଚାଷଜମିରେ ଲହଡି ଭାଙ୍ଗୁଛି ବର୍ଷା ଓ ସାମୁଦ୍ରିକ ଲୁଣାଜୁଆର ପାଣି

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁର ଅଞ୍ଚଳରେ ଗତ କିଛି ଦିନ ହେବ କାଳବୈଶାଖୀ ପ୍ରଭାବରେ ଝଡବର୍ଷା ଦ୍ୱାରା ଶହଶହ ହେକ୍ଟର ଚାଷଜମିରେ ବର୍ଷାପାଣି ଜମି ରହିଥିବା ବେଳେ ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ଲୁଣା ଜୁଆର ଢେଉର ପାଣି ମାଡି ଆସୁଛି। ଉଭୟ ପାଣି କ୍ଷେତରେ ଲହଡି ଭାଙ୍ଗୁଥିବାରୁ ଅକ୍ଷୟତୃତୀୟାଠାରୁ ହେବାକୁ ଥିବା ସାରଦ ଧାନଚାଷ ବିଳମ୍ବ ହେଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ସବୁଠାରୁ ବଡକଥା ହେଲା କ୍ଷେତରେ ଆଣ୍ଠୁଏ ଉଚ୍ଚର ବର୍ଷା ଓ ଜୁଆର ପାଣି ଜମି ରହିଥିବାରୁ ହଳ, ଲଙ୍ଗଳ ବୁଲିବା ସମ୍ଭବ ହେଉନଥିବାରୁ ବିହନ ବୁଣିବା ବିଳମ୍ବ ହେଉଛି। ଗୋଟିଏ ପଟେ ମହମାରୀ କରୋନା ପାଇଁ ଲକଡାଉନ୍ ଜାରି ରହିଥିବା ଫଳରେ ଖରାଟିଆ ହଳରେ ବିଳମ୍ବ ଘଟିଥିବା ବେଳେ ଚାଷକାର୍ଯ୍ୟ ନିମନ୍ତେ କୋହଳ ହୋଇଥିଲେ ମଧ୍ୟ କାଳବୈଶାଖୀ ବର୍ଷା ଚାଷୀଙ୍କ ପାଇଁ ଦାଉ ସାଜିଛି।

Comments are closed.