ମହାମାରୀ କରୋନାରୁ ମକ୍ତି ପାଇଁ ଆଖଣ୍ତଳମଣିଙ୍କ ପାଖରେ ରୁଦ୍ରଯଜ୍ଞ

ଆରଡି : ବିଶ୍ବବାସୀଙ୍କର ମଙ୍ଗଳକାମନା କରି ସୋମବାର ଆରଡିପୀଠ ବାବାଆଖଣ୍ଡଳମଣିଙ୍କ ପାଖରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହିତ ଜଳାଭିଷେକ କରାଯାଇଥିଲା। ପରେ ସେବାକାରୀମାନଙ୍କ ପକ୍ଷରୁ ମନ୍ଦିରବେଢା ମଧ୍ୟରେ ଯଜ୍ଞକୁଣ୍ଡ ମାର୍ଜନା କରାଯାଇ ମହାମାରୀ ସାରା ଦେଶରୁ ଯେପରି ବିଲୋପ ଘଟିବା ସଙ୍ଗେସଙ୍ଗେ ବିଶ୍ବବାସୀଙ୍କର ମଙ୍ଗଳକାମନା କରି ମହାରୁଦ୍ରଙ୍କୁ ମୃତୁଞ୍ଜୟ ମନ୍ତ୍ରରେ ଘୃତ ଆହୁତି ପ୍ରଦାନ କରାଯାଇଥିଲା। ପୂର୍ବେ ଯେବେ ଦେଶରେ ମହାମାରୀ ହଇଜା, ହାଡଫୁଟି ଭଳି ରୋଗ ଦେଖାଦେବା ସହିତ ଉକ୍ତ ରୋଗରେ ଆକ୍ରାନ୍ତ ହୋଇ ବହୁ ଲୋକ ମୃତ୍ୟୁବରଣ କରୁଥିଲେ, ବିଶ୍ବାସ ରହିଛି ମଣିବାବାଙ୍କ ପାଖରେ ଘୃତ ଆହୁତି ପ୍ରଦାନ କଲେ ମହାମାରୀ ଦୂରିଭୂତ ହୋଇଥିଲା। ସେହି ବିଶ୍ବାସ ରଖି ଆଜି ପବିତ୍ର ସୋମବାରରେ ମଣିବାବାଙ୍କ ନିକଟରେ ଘୃତ ଆହୁତି ଦେବା ସହିତ ମହାମାରୀ କରୋନା ଯେପରି ସାରା ବିଶ୍ବରୁ ଦୂରିଭୂତ ହେବ ସେଥିପାଇଁ ସେବାୟତମାନେ ମଣିବାବାଙ୍କ ନିକଟରେ ଗୁହାରୀ କରିଥିଲେ।