କରୋନା ମୁକାବିଲା ପାଇଁ ଆଖଣ୍ଡଳମଣି ମନ୍ଦିରରେ ପ୍ରସ୍ତୁତି ବୈଠକ

ଆରଡି : ମହାମାରୀ କରୋନା ତାରା କାୟା ବିସ୍ତାର କରି ଚାଲିଥିବାରୁ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିପୀଠରେ ଯେପରି କରୋନାକୁ ରୋକା ଯାଇପାରିବ ସେଥିପାଇଁ ମଙ୍ଗଳବାର ଭଦ୍ରକ ଜିଲାପାଳ ଜ୍ଞାନ ଦାସଙ୍କ ପରାମର୍ଶକ୍ରମେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମନ୍ଦିର ପ୍ରଶାସନ, ସେବାୟତ ଓ ସ୍ଥାନୀୟ ପାଣ୍ଡି ଅଧିକାରୀ ଉପସ୍ଥିତ ରହି କରୋନା ଯେପରି ଭାବେ ପୀଠରେ ନଦେଖା ଦେବ ସେଥିପାଇଁ ବିଭିନ୍ନ ପଦକ୍ଷପମାନ ଗ୍ରହଣ କରାଯାଇଛି।

ବିଶେଷକରି ଆଗନ୍ତୁକ ପର୍ଯ୍ୟଟକମାନେ ତାଙ୍କର ଗୋପନୀୟତା ସହ ଆତ୍ମଘୋଷିତ ପତ୍ର ଦାଖଲ କରିବା ବାଧ୍ୟତାମୂଳକ ରହିବ ବୋଲି ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପ୍ରକାଶ କରିଥିଲେ। ସେହିପରି ମନ୍ଦିରରେ ଲାଗି ହେଉଥିବା ନୀତିକାନ୍ତିରେ ସେବାକାରୀଙ୍କ ଭୋଗ ବ୍ୟତିତ ଅନ୍ୟ କୈାଣସି ବାହାର ଭୋଗ ଲାଗି କରାନଯିବ ପାଇଁ ସେବାୟତମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ମୁଣ୍ଡନ(ଚୂଳପକା), ବିବାହ-ବ୍ରତ ଓ ଭଜନ -କିର୍ତ୍ତନ ଆଦି ମନ୍ଦିର ପରିସର ମଧ୍ୟରେ ନହେବା ପାଇଁ ରୋକ ଲଗାଇଛି ଜିଲା ଓ ମନ୍ଦିର ପ୍ରଶାସନ। ଅନ୍ୟପଟେ ଜିଲା ସଦରମହକୁମାରେ ୧୪୪ଧାରା ଜାରି ହୋଇଥିଲେ ମଧ୍ୟ ପୀଠ ପରିସର ମଧ୍ୟରେ ୪ଜଣରୁ ଉର୍ଦ୍ଧ ଆଗନ୍ତୁକ ପର୍ଯ୍ୟକ ତଥା ଜନସାଧାରଣ ଏକତ୍ର ହୋଇ ରହିବେ ନାହିଁ। ତାହାସହ ପୂଜାର୍ଚ୍ଚନା ସମୟରେ ସେବାୟତମାନେ ହାତ ଧୋଇବା ସହ ନିଜ ମୁଖମଣ୍ଡଳକୁ ଆବରଣ ରଖିବେ। ଏପରିକି ପର୍ଯ୍ୟଟକମାନେ ମନ୍ଦିର ମଧ୍ୟରେ ଦର୍ଶନ କରିବା ପୂର୍ବରୁ ହାତ-ମୁଖମଣ୍ଡଳ ଭଲଭାବେ ଧୋଇ ପ୍ରବେଶ କରିବେ। ତାହାସହ ଦର୍ଶନ ସମୟରେ ଗର୍ଭଗୃହ ପରିସର, ପାର୍ଶ୍ବଦେବାଦେବୀଙ୍କ ମନ୍ଦିର ପରିସର ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ ବୋଲି ଜିଲାପାଳ ଏକ ଲିଖିତପତ୍ର ଜାରି କରିଛନ୍ତି। ଏପରି ସମସ୍ତ ସୂଚନା ପ୍ରତିଦିନ ପୀଠରେ ଡାକବାଜିଯନ୍ତ୍ର ଦ୍ୱାରା ଆଗନ୍ତୁକ ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ସମସ୍ତ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରାଯିବ ବୋଲି ମନ୍ଦିର ପରିଚାଳକ ପ୍ରାକଶ କରିଥିଲେ। ଉକ୍ତ ବୈଠକରେ ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ଆରଡିଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ, ସ୍ଥାନୀୟ ସରପଞ୍ଚ ଅରବିନ୍ଦ ପାଢୀ, ସେବାୟତ ଅକ୍ଷୟ ପାଢୀ, ଲଲାଟ କିଶୋର ପାଢୀ, ଅଭୟ ପାଢୀ, ଦେବାନନ୍ଦ ପାଢୀ, ଗୋପାଳ ପାଢୀ, ସତ୍ୟବ୍ରତ ପାଢୀ, ଶୁଶାନ୍ତ ତ୍ରିପାଠୀ, ଗୈାତ୍ତମ ପାଢୀ, କାନ୍ତାରୀ ପାଢୀ, ଜିତୁ ପଣ୍ଡା, ବୁଲୁ ପାଢୀ, ବିବେକ ପାଢୀ ,ସୁବାଷ ପାଢୀ, ସୁରୁଜା ପାଢୀଙ୍କ ସହ ମନ୍ଦିରର ସମସ୍ତ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

 

Comments are closed.