ଆଖଣ୍ଡଳମଣିପୀଠ ବିକାଶ ପାଇଁ ୨୦ବର୍ଷ ହେଲା ମାଷ୍ଟର ପ୍ଲାନ ପାଇଁ ଚାଲିଛି ପ୍ରସ୍ତୁତି ; ଫଳ ଶୂନ!

ଆରଡି : ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ଭାବେ ମାନ୍ୟତା ପାଇଥିବା ବାବା ଆଖଣ୍ଡଳମଣିପୀଠର ବିକାଶ ପାଇଁ ଦୀର୍ଘ ୨୦ବର୍ଷ ହେବ ମାଷ୍ଟରପ୍ଲାନ କରାଯାଉଥିଲେ ମଧ୍ୟ ଅର୍ଥଭାବ ଯୋଗୁ ତାହା କେବଳ ମାପଚୁପ ଓ ଆଲୋଚନାରେ ସୀମିତ ହୋଇ ରହିଯାଇଛି। ଏବେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟଙ୍କ ପରାମର୍ଶ କ୍ରମେ ୫ଟି ସଚିବ ଭିକେ. ପାଣ୍ଡଆନ ଓ ଅନ୍ୟ ପ୍ରଦାଧିକାରୀ ଗସ୍ତ କରିବା ସହ ପର୍ଯ୍ୟଟନସ୍ଥଳ ବିକାଶ ପାଇଁ ନାନାବିଧ ଯୋଜନା ପ୍ରଣୟନ କରିଥିଲେ ।

ମଣିବାବାଙ୍କ ମନ୍ଦିର ରାଜ୍ୟର ସର୍ବପୁରାତନ ମନ୍ଦିର ହୋଇଥିବାରୁ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଦୈନଦିନ ହଜାର-ହଜାର ଶ୍ରଦ୍ଧାଳୁଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି। ତାହାସହ ବିଭିନ୍ନ ପର୍ବପର୍ବାଣୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଶୋଭା ମଣ୍ଡିତ କରିଥାଏ ପୀଠକୁ। ହେଲେ ପୀଠର ପାରିପାର୍ଶ୍ବିକ ସଂକିର୍ଣ୍ଣତା ଯୋଗୁ ବିଭିନ୍ନ ସମୟରେ ନାନା ଅସୁବିଧା ଦେଖା ଦେବା ସହିତ ଆଗନ୍ତୁକ ଭକ୍ତମାନେ ନାହିଁ ନଥିବା ଅସୁବିଧାରେ ସମୁଖିନ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ୫ଟି ସଚିବ ଆରଡିପୀଠକୁ ପରିଦର୍ଶନ ଆସିବା ପାଇଁ ସ୍ଥାନୀୟ ଲୋକ ଓ ଶୈବଭକ୍ତମାନେ ବିଭିନ୍ନ ମାଧ୍ୟମରେ ପରିପ୍ରକାଶ କରିଛନ୍ତି। ବିଶେଷକରି ପୀଠର ମନ୍ଦିର ବେଢା ପ୍ରାଚେରୀ ଓ ପୁଷ୍କରିଣୀ ଚତୁଃପାର୍ଶ୍ବକୁ ଲାଗି ଜନବସିତି ରହିଥିବା ବେଳେ ଆଗନ୍ତୁକ ଭକ୍ତମାନଙ୍କ ରହିଣି ପାଇଁ କୈାଣସି ବ୍ୟବସ୍ଥା ନଥିବାରୁ ପୀଠକୁ ଆସୁଥିବା ଭକ୍ତମାନଙ୍କ ସଂଖ୍ୟା ଦିନକୁଦିନ ହ୍ରାସ ପାଇବାରେ ଲାଗିଛି। ସେହିପରି ଆଗନ୍ତୁକ ଭକ୍ତମାନଙ୍କୁ।ଆକୃଷ୍ଟ ନିମନ୍ତେ କୌଣସି ବ୍ୟବସ୍ଥା ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ।

ପୀଠର ବିକାଶ ଓ ପାରିପାର୍ଶ୍ବିକ ଉନ୍ନତି ପାଇଁ ଦୀର୍ଘ ୨୦ବର୍ଷ ତଳୁ ପ୍ରସ୍ତୁତ ହୋଇଥିବା ବ୍ଲୁପ୍ରଣ୍ଟି ଅନୁଯାୟୀ ମନ୍ଦିର ଓବ ପୁଷ୍କରିଣୀ ଚତୁପାର୍ଶ୍ବର ସମ୍ପ୍ରସାରଣ, ଭକ୍ତମାନଙ୍କ ରହଣୀ ନିମନ୍ତେ ୩ମହଲା ବିଶିଷ୍ଟ କୋଠାଗୃହ ନିର୍ମାଣ, ପୁଷ୍ପ ଉଦ୍ୟାନର ଉନ୍ନତିକରଣ, ଭୋଗମଣ୍ଡପ ନିର୍ମାଣ, ଶ୍ରାବଣି ଜଳାଭିଷେକ ଓ ଦୀପ ଜାଳିବା ପାଇଁ ସ୍ୱତନ୍ତ୍ର ମଣ୍ଡପ, ମଣିବାବଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟାରିକେଡ ଓ ପାଦଚଲା ରାସ୍ତା ଆଦି ନିର୍ମାଣ ପାଇଁ ଯୋଜନା ହୋଇଥିଲେ ମଧ୍ୟ ଆବଶ୍ୟକତା ଅନୁ୍‍ଯାୟୀ ଅର୍ଥ ନଥିବାରୁ ତାହା କେବଳ କାଗଜକଲମରେ ଅଟକି ରହିଛି। ଏପରିକି କେତେକ ଯୋଜନା ପାଇଁ କିଛିମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୬କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କୈାଣସି କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ଏଥିପ୍ରତି ପର୍ଯ୍ୟଟନମନ୍ତ୍ରୀ ଓ ୫ଟି ସଚିବ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Comments are closed.