ଆଖଣ୍ଡଳମଣିଙ୍କ ମନ୍ଦିରରେ ଚାଲିଛି ଏ.ଜି ଅଡିଟ : ସଠିକ ହିସାବକୁ ନେଇ ଆଶା ଆଶଙ୍କାରେ ସେବାୟତ!

ଆରଡି :  ରାଜ୍ୟର ପ୍ରମୁଖ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ଅଚଳାଚଳ ସମ୍ପତ୍ତିର ହିସାବ ନିମନ୍ତେ ରାଜ୍ୟ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିରରେ ଏକ ପରିଚାଳନା କମିଟ ରହିଥିବା ବେଳେ ୨ବର୍ଷ ଲାଗି ଗଠନ ହୋଇଥାଏ ଏକ ଟ୍ରଷ୍ଟବୋର୍ଡ। ଉକ୍ତ ଟ୍ରଷ୍ଟବୋର୍ଡରେ ଜିଲାର ଉପ-ଜିଲାପାଲଙ୍କ ସହ ମନ୍ଦିର ପ୍ରତିଷ୍ଠାତା କନିକାରାଜା ସାହେବଙ୍କ ପ୍ରତିନିଧି, ଜଣେ ସେବାୟତ ଓ ଜନପ୍ରତିନିଧି ମିଶି ୫ଜଣ ରହିଥାନ୍ତି। ଗତ ୨୦୧୬ମସିହାରେ ମନ୍ଦିରର ୬ବର୍ଷର ଅଡିଟ କରାଯାଇଥିବା ବେଳେ ଏବେ ଅର୍ଥାତ ଜାନୁଆରୀ ୧୦ରୁ ୨୦୧୬ମସିହା ଠାରୁ ୨୦୧୯ ପର୍ଯ୍ୟନ୍ତ ରାଜ୍ୟ ଦେବୋତ୍ତର ବିଭାଗ ପକ୍ଷରୁ ଏଜି ଅଡିଟ କାର୍ଯ୍ୟ ଚାଲିଛି। ଏହି ଅଡିଟରେ ବିଗତ ବର୍ଷର ଅଡିଟ ହିସାବ ସମେତ ବର୍ତ୍ତମାନର ସମସ୍ତ ଆୟବ୍ୟୟର ହିସାବ ଯାଞ୍ଚ କରାଯାଉଥିବା ବେଳେ ସେବାୟତ ଓ ଜନପ୍ରତିନିଧି ନରହିବା ? ସୁନାର ଓଜନ କିପରି ହେଲା ? ଏପରି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ମଣିବାବାଙ୍କ ରତ୍ନଭଣ୍ଡାର ଘରେ ଗଛିତ ଥିବା ସମସ୍ତ ସ୍ୱଣ୍ଣାଲଙ୍କାର ଓ ରୂପା ଅଲଙ୍କାର ସହ ପିତଳ, ତମ୍ବା, କଂସା ଆଦି ସମସ୍ତ ଦାନ ଜିନିଷର ହିସାବ ନିମନ୍ତେ ରତ୍ନଭଣ୍ଡାରଘର ଖୋଲାଯାଇଥିଲା। ମଣିବାବାଙ୍କ ରତ୍ନଭଣ୍ଡାରଘର ଖୋଲା ହେବା ସମୟରେ ଟ୍ରଷ୍ଟବୋର୍ଡର ଟ୍ରଷ୍ଟିଙ୍କ ସହ ସର୍ବନିମ୍ନ ୩ଜଣ ସଭ୍ୟ ଉପସ୍ଥିତ ରହିବାର ନିୟମ ରହିଥିଲେ ମଧ୍ୟ ମନ୍ଦିର ପରିଚାଳନା ନିମନ୍ତେ ୧୯୪୫ ମସିହାରେ ଥିବା ନିୟମକୁ ଉଂଲଘନ କରି ମନ୍ଦିର ପ୍ରଶାସନ ଟ୍ରଷ୍ଟି ତଥା ଭଦ୍ରକ ଉପଜିଲାପାଳ ଓ ରାଜାସାହେବଙ୍କ ପ୍ରତିନିଧିଙ୍କୁ ନେଇ ରତ୍ନଭଣ୍ଡାରଘର ଖୋଲିବା ସହ ଏଜି ଅଡିଟର ଅଧିକାରୀମାନଙ୍କୁ ନେଇ ସମସ୍ତ ସ୍ୱର୍ଣ୍ଣାଳାଙ୍କାର ଓ ଅନ୍ୟାନ ଧାତୁର ଆସବାପତ୍ର ଯାଞ୍ଚ କରିଥିଲେ। ଏପରିକି ମନ୍ଦିରର ସେବାୟତ ପ୍ରତିନିଧିଙ୍କୁ ଅଗୋଚରରେ ରଖାଯାଇଥିବା ସେବାୟତମାନେ ପ୍ରକାଶ କରିଛନ୍ତି। ତାହାସହ ଜନପ୍ରତିନିଧି ଭାବେ ଚାନ୍ଦବାଲି ବିଧାୟକ ରହିଥିଲେ ମଧ୍ୟ ତାଙ୍କୁ ଜଣାଯାଇନଥିବା ବିଧାୟକ ବ୍ୟୋମେଶ ରାୟ ପ୍ରକାଶ କରିଛନ୍ତି। ଏପରିକି ସ୍ୱର୍ଣ୍ଣାଳଙ୍କାର ଯାଞ୍ଚ କେବଳ ରତ୍ନଭଣ୍ଡାରଘରେ ହେବାର ନିୟମ ରହିଥିଲେ ମଧ୍ୟ ଉକ୍ତ ନିୟମକୁ ପ୍ରଶାସନ ଖୁଲମଖୁଲା ଭାବେ ଉଂଲଘନ କରି ପୁଣିଥରେ ସମସ୍ତ ସ୍ୱଣ୍ଣାଳଙ୍କାରକୁ ବାହାରେ ଆଣି ଓଜନ କରିଥିଲେ। ୧୯୯୩ରେ ମଣିବାବାଙ୍କ ସ୍ୱର୍ଣ୍ଣାଳାଙ୍କାରକୁ ରତ୍ନଭଣ୍ଡାରଘରେ ଯାଞ୍ଚ ନକରି ବାହରେ ଆଣି ଓଜନ କରିବାରୁ ପ୍ରାୟ ୧କିଲୋ ସ୍ୱର୍ଣ୍ଣାଳଙ୍କାର କମ୍‍ ହେବା ସହ ସୁନା ଭାବେ ଦିଶୁଥିବା ୧୧ଗୋଟି ବଲ ମିଶ୍ରଣ ହୋଇ ରହିଥିବା ସେତେବେଳେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା। ଯାହାର ମାମଲା ଏବେ ଉଚ୍ଚ ନ୍ୟାୟଳୟରେ ପଡି ରହିଛି। ଏବେ ପୁର୍ନବାର ସ୍ୱର୍ଣ୍ଣାଙ୍କାର ବାହାରେ ଆଣି ଓଜନ କରିବା ମନ୍ଦିରର ସେବାୟତ ଓଅଗଣିତ ଭକ୍ତମାନଙ୍କ ମନରେ ନାନା ଆଶା ଆଶଙ୍କା ସୃଷ୍ଟି କରିଛି। ଏପରିକି ସେବାୟତ ଓ ଜନପ୍ରତିନିଧିଙ୍କୁ ଜଣାଯିବା ସର୍ମ୍ପକରେ ମନ୍ଦିର ଟ୍ରଷ୍ଟି ତଥା ଭଦ୍ରକ ଉପ-ଜିଲାପାଳଙ୍କୁ ପଚାରିବାରୁ ସମସ୍ତଙ୍କୁ ଖବର ଦିଆଯାଇଥିବା ପ୍ରକାଶ କରିଥିଲେ। ହେଲେ ଏପଟେ ସେବାୟତପ୍ରତିନିଧି ଓ ଜନପ୍ରତିନିଧି ଅସନ୍ତୋଷ ବ୍ୟକ୍ତ କରିବା ସହ କେହି ଜଣାଇନଥିବା ପ୍ରକାଶ କହିଛନ୍ତି।

Comments are closed.