ଦୁଃଖ ଦେଲା ଅଦିନିଆ ବର୍ଷା : ଅମଳଧାନ ସୁରକ୍ଷା ଚିନ୍ତାରେ ଚାଷୀକୂଳ

୩ଦିନ ହେଲା ଖଳା-କ୍ଷେତରେ ଭିଜୁଛି ଧାନ,ଗଜା ହେବା ଆଶଙ୍କା

ଆରଡି : ଭଦ୍ରକ ଜିଲାରେ  ଗତ ୩ଦିନ ହେଲା ଅଦିନିଆ ବର୍ଷା ଯୋଗୁ ଜିଲାର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ସୁନ୍ଦରପୁର, ଓଳଗ, ତେନ୍ତୁଲିଡହ ଓ ଓଳଗ ପଞ୍ଚାୟତର ଚାଷୀମାନଙ୍କ ନିଦ ହଜାଇଦେଇଛି। ଧାନ ଅମଳ ପ୍ରାରମ୍ଭରୁ ବୁଲୁବୁଲ ଝଡ ପରେ ଲଗାତର ଦୁଇଦୁଇ ଥର ଅଦିନିଆ ବର୍ଷା ଯାହା ସିଧାସଳଖ ପ୍ରଭାବ ପକାଇଛି ଚାଷୀମାନଙ୍କ ପାଖରେ। କେତକ କ୍ଷେତରେ ଅମଳ ହୋଇଥିବା ଧାନ ଗଦା ହୋଇ ରହିଥିବା ବେଳେ ୯୦ଭାଗ ଅମଳଧାନ ଖଳାରେ ଗଦା ଦିଆଯାଇଛି। ହେଲେ ଅଦିନିଆ ବର୍ଷା ଗତ ୩ଦିନ ହେଲା ଲାଗି ରହିଥିବାରୁ ଅମଳଧାନ କିପରି ସୁରକ୍ଷିତ ରଖିବେ ସେଥିପାଇଁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କେତେକ ଚାଷୀ ଧାନଗଦାରେ ପଲିଥିନି ପକାଇଥିଲେ ମଧ୍ୟ ସମ୍ପର୍ଣ୍ଣ ସୁରକ୍ଷିତ ନିହେଁ ବୋଲି ପ୍ରକାଶ କରିଛନ୍ତି।

ଏପରିକି ଗତ ବୁଲୁବଲରେ ଅମଳଧାନ ଦୀର୍ଘଦିନ ଧରି ବର୍ଷାପାଣିରେ ବୁଡି ରହିଥିବା ବେଳେ ଏବେ ଅଦିନିଆ ବର୍ଷାରେ ଅମଳ ଧାନ ଖଳା ଓ କ୍ଷେତରେ ଗଜା ହେବାକୁ ବସିଛି। ଉକ୍ତ ଅଞ୍ଚଳର ଚାଷୀମାନେ ଋଣ କରି ଚାଷ କରିଥିବାରୁ କିପରି ପରିଶୋଧ ତାହା ଚାଷୀଙ୍କ ସମସ୍ୟାକୁ ଦୁଇ ଗୁଣିତ କରିଛି। ଏପରିକି ଝିପିଝିପି ବର୍ଷା ସ୍ୱତେ ଚାଷୀମାନେ ନିଜନିଜର କ୍ଷେତରୁ ପାଚିଲା ଧାନ ଆଣୁଥିବା ବେଳେ ଖଳାରେ ଜମି ରହିଥିବା ପାଣିକୁ ନିଷ୍କାସନ କରିବା ପାଇଁ ଲାଗି ପଡିଛନ୍ତି।

Comments are closed.