ଆରଡି ପୁଲିସର ନିଆରା ପ୍ରୟାସ ; ପରିତ୍ୟକ୍ତ ସ୍ଥାନକୁ କଲେ ସୈାନ୍ଦର୍ଯ୍ୟ ପୂର୍ଣ୍ଣ

ଆରଡି :  ରାଜ୍ୟର ଅନ୍ୟନ ଶୈବକ୍ଷେତ୍ର ତଥା ପ୍ରମୁଖ ପର୍ଯ୍ୟଟନସ୍ଥଳ ଆଖଣ୍ଡଳମଣି ପୀଠର ଶ୍ରୀବଦ୍ଧନ ପାଇଁ ଜିଲା ପ୍ରଶାସନ ଅଣ୍ଟା ଭିଡିଥିବା ବେଳେ ଆରଡି ପୁଲିସ ଆଉ ପାଦେ ଆଗକୁ ଯାଇ ପୀଠର ପରିତ୍ୟକ୍ତ ହୋଇ ପଡିଥିବା ଶିବଗଙ୍ଗା ପୁଷ୍କରଣୀ କୂଳ ପଶ୍ଚିମ ପାର୍ଶ୍ବ ହୁଡାକୁ ଦୀର୍ଘଦିନ ହେବ ସଫେଇ କରିବା ସହ ଗୁରୁବାର ଧୁଷୁରୀ ଥାନାଅଧିକାରୀ ପ୍ରଫୁଲ ସିଂଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ଫୁଲ ଚାରା ଲଗାଯାଇଛି।

ତାହାସହ ଶ୍ରୀ ନାୟକଙ୍କ କହିବା ଅନୁଯାୟୀ, ଉକ୍ତ ସ୍ଥାନ ଦୀର୍ଘଦିନ ହେବ ପରିତ୍ୟକ୍ତ ଅବସ୍ଥାରେ ରହିବା ଦ୍ୱାରା ପୀଠର ପରିବେଶକୁ ପ୍ରଦୂଷିତ କରିବା ସହ ଉକ୍ତ ପରିସର ଦୁର୍ଗନ୍ଧମୟ ହେଉଥିଲା ଏଣୁ ଏପରି ସ୍ଥାନରେ ଫୁଲଗଛ ଲଗା ଗଲେ ଆଗନ୍ତୁକ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସହିତ ମଣିବାବାଙ୍କ ନିକଟରେ ଦୈନଦିନ ପୂଜାର୍ଚ୍ଚନାରେ ଫୁଲ ଲାଗି ହୋଇପାରିବ। ସେଥିପାଇଁ ଏପରି ଏକ ପ୍ରୟାସ ଆରଡି ପୁଲିସ ହାତକୁ ନେଇଥିବା ଶ୍ରୀ ନାୟକ ପ୍ରକାଶ କରିଥିଲେ। ଏହି ଶୁଭାରମ୍ଭ ଦିବସରେ ମନ୍ଦିରର ସେବାୟତଙ୍କ ସହ ସ୍ଥାନୀୟ ଲୋକ ଓ ଭକ୍ତ ଉପସ୍ଥିତ ଥିଲେ।

Comments are closed.