ଅଗ୍ନିକାଣ୍ଡରେ ଜଳିଗଲା ୪ବଖରା

0

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତ ପାଲଟପୁର ଗାଁରେ ରବିବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ୪ବଖରା ଜଳିଯିବା ସହିତ ବହୁ ଆସବାପତ୍ର ପୋଡି ପାଉଁଶ ହୋଇଯାଇଛି। ଫଳରେ ୪ପରିବାର ଏବେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି। ଖବର ଅନୁଯାୟୀ ଉକ୍ତ ଗାଁର ନବକିଶୋର ଭୋଇଙ୍କ ସମେତ କୁଶାସନ , ଦର୍ପରଞନ ଓ ଜ୍ଞାନରଞନ ଭୋଇଙ୍କ ଘରକୁ ଲାଗି ରହିଥିବା ରୋଷେଇଘରୁ କୈାଣସି କାରଣରୁ ନିଆଁ ଲାଗି ନିମିସକ ମଧ୍ୟରେ ବାସଗୃହକୁ ନିଆଁ ଖେଳିଯାଇଥିଲା ଏପରି ଘଟଣା ଦେଖି ଘର ଲୋକ ଗାଁ ଲୋକମାନଙ୍କୁ ଡାକ ପକାଇବା ସହିତ ନିଆଁକୁ ଆୟତ କରିବା ପାଇଁ ପାଣି ଢାଳିଥିଲେ ମଧ୍ୟ ଆୟତ କରିପାରିନଥିଲେ। ଗାଁ ଲୋକ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା ଚଳାଇଥିଲେ ମଧ୍ୟ ନିମିସକ ମଧ୍ୟରେ ଘରେ ଥିବା ବହୁ ଆସବାବପତ୍ର ଖାଦ୍ୟ ସାମଗ୍ରୀ ଆଦି ପୋଡି ପାଉଁଶ ହୋଇଯାଇଥିଲା। ଖବର ପାଇ ଧାମନଗର ଅଗ୍ନିଶମ ବିଭାଗ ପହଁଞ୍ଚି ନିଆଁକୁ ଆୟତ କରିଥିଲା। ନିଆଁ ଆୟତ ହେବା ପରେ ଘର ମଧ୍ୟରୁ କିଛିଟା ଆସବାବପତ୍ର ଉଦ୍ଧାର କରାଯାଇଥିବା ଗାଁର ଲୋକମାନେ ପ୍ରକାଶ କରିଥିଲେ। ଅନ୍ୟପଟେ ଆରଡି ଆର.ଆଇ ଫୋନ ଯୋଗେ ଅଗ୍ନିବିପନ୍ନଙ୍କ ସହ କଥା ହେବା ସହିତ ଆସନ୍ତା ସୋମବାର ବିପନ୍ନମାନଙ୍କୁ ପ୍ରଥମ ପ୍ରଯାୟରେ ପଲିଥିନ ପାଲ ଯୋଗାଇ ଦିଆଯିବ ବୋଲି ଆର.ଆଇ ଦେବାଶିଷ ରାୟ ପ୍ରକାଶ କରିଛନ୍ତି।

Leave A Reply