ଆଖଣ୍ଡଳମଣିଙ୍କ ମନ୍ଦିରରେ ଭାଗବତ ସପ୍ତାହ ଆରମ୍ଭ

0

ଆରଡି : ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପବିତ୍ର ଅଳାଁନବମୀ ଅର୍ଥାତ ଗତ ଶନିବାର ଠାରୁ ୭ଦିନ ବ୍ୟାପି ଆରମ୍ଭ ହୋଇଛି ଭାଗବତ ସପ୍ତାହ। ଏହି ଅବସରରେ ମନ୍ଦିରର ନୀତିନୀର୍ଘଣ୍ଟ ଅନୁଯାୟୀ ପ୍ରାତଃ ୪ଟାରେ ପହଡ ଖୋଲିବା ପରେ ଭକ୍ତଙ୍କ ସମେତ ହଭିଷାଳିଭକ୍ତମାନେ ମଣିବାବାଙ୍କ ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀରେ ବୁଡ ପକାଇଥିଲେ। ପରେ ଶ୍ରଦ୍ଧାଳୁମାନେ ମଣିବାବାଙ୍କ ମଙ୍ଗଳଆଳତୀ ଦର୍ଶନ କରିବା ସହ ଚଉଁରା ମୂଳରେ ମୁରୁଜ ପକାଇ ତୁଳସୀ ଓ କାର୍ତ୍ତିକ ମହାତ୍ମ ପଠନ କରିଥିଲେ। ଏପଟେ ମନ୍ଦିର ଭିତରେ ହଭିଷ ନୀତିକାନ୍ତି ଅନୁଷ୍ଠିତ ହେବା ସହିତ ଦିନ ୧ଟାରେ ଗମ୍ଭୀରାଘର ସଫେଇ କରାଯାଇ ମଣିବାବାଙ୍କୁ ନୂତନ ବସ୍ତ୍ର, ଚନ୍ଦନ, ଫୁଲ ଓ ବେଲ୍ୱପତ୍ର ଆଦି ଦ୍ୱାରା ଯୋଗୀବେଶରେ ସଜ୍ଜିତ କରାଯାଇ ବଡନୀତିଭୋଗ ଲାଗି କତାଯାଇଥିଲା। 

ଆସନ୍ତା ୧୯ ସୋମବାର ମଣିବାବା ଭକ୍ତମାନଙ୍କୁ ପଞ୍ଚାନନ ବେଶରେ ଦର୍ଶନ ଦେବା ସହିତ ୨୩ରେ ଅର୍ଥାତ ରାହାସ ପୂର୍ଣ୍ଣମୀ ଦିନ ପ୍ରସିଦ୍ଧ ହରଗୈାରୀବେଶରେ ଦର୍ଶନ ଦେବେ ମଣିବାବା। ଏଥିପାଇଁ ଦମଗ୍ର ପୀଠ ଚଳଚଞ୍ଚଳ ହୋଇ ପଡିଛି। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଉଭୟ ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ଓ ଆରଡି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ ପ୍ରକାଶ କରିଛନ୍ତି। ସେହିପରି ପୀଠର ଜଗନ୍ନାଥଙ୍କ ମନ୍ଦିର, ମାଉସୀମା ମନ୍ଦିର, ମଠଡିହ ପତିତପାବନ ମନ୍ଦିର ଆଦି ସ୍ଥାନରେ ଆରମ୍ଭ ହୋଇଛି ଭାଗବର ସପ୍ତାହ।

Leave A Reply