ତିନିତର ସେତୁ ନିର୍ମାଣ ଭେଳିକି ; କ୍ଷେତ୍ର ପରିଦର୍ଶନ କଲେ ପୂର୍ତ୍ତ ଓ ଗୃହ ବିଭାଗର ବୈଷୟିକ ଦଳ

0

ଆରଡି : ଭଦ୍ରକ ଜିଲାର ଜଳଦେଶ ଭାବେ ପରିଚିତ ଚାନ୍ଦବାଲି ବ୍ଲକକୁ ବିଭିନ୍ନ ନଦୀ ଓ ନାଳ ଭାଗ ଭାଗ କରିଛି। ଏପରିକି ବର୍ଷବର୍ଷ ଧରି ନଈନାଳ ଘେର ମଧ୍ୟରେ ହଜାରହଜାର ଜନସାଧାରଣ ଜୀବନ ବିତାଉଛନ୍ତି। ବିଶେଷକରି ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିରକୁ ଦୈନଦିନ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଆଦି ଜିଲାର ଶ୍ରଦ୍ଧାଳୁମାନେ ଚାନ୍ଦବାଲି ଦେଇ ତିନିତର ଘାଟର ବିପଦ ଜନକ ଭାବେ ପାରି ହୋଇ ଆସିଥାନ୍ତି। ଏହି ତିନିତର ନଦୀଘାଟରେ ସେତୁ ନିର୍ମାଣ ପାଇଁ ରବିବାର ଗ୍ରାମ୍ୟ ଓ ଗୃହ ବିଭାଗ ପକ୍ଷରୁ ଏକ ବୈଷୟିକ ପ୍ରତିନିଧି ଦଳଙ୍କ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯିବା ସହ ବ୍ଲୁପ୍ରଣ୍ଟି ପ୍ରସ୍ତୁତ କରାଯାଇଛି। ଏହି ଗସ୍ତରେ ଗ୍ରାମ୍ୟ ଓ ଗୃହ ବିଭାଗ ରୁଫ୍‍ର ମୁଖ୍ୟଯନ୍ତ୍ରୀ ଓମପ୍ରକାଶ ପଟ୍ଟନାୟକ, ସୁପରିଟେଣ୍ଡଣ୍ଟ ଯନ୍ତ୍ରୀ ମହେଶ ପଟ୍ଟନାୟକ, ନିର୍ବାହୀଯନ୍ତ୍ରୀ ଡ. ଏନସି ପାଲ, ମାନସ ମିଶ୍ରଙ୍କ ସହ ସ୍ଥାନୀୟ ବିଧାୟକ ବ୍ୟୋମକେଶ ରାୟ, ଜିଲାପରିଷଦ ଅଧ୍ୟକ୍ଷ ଦିଜବର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ତିନିତର ଘାଟରେ ସେତୁ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଦାବି ହେବା ପରେ ବିଗତ ୧୫ବର୍ଷ ହେବ ସରକାରଙ୍କ ପକ୍ଷରୁ ତିନିତର ସେତୁ ନିର୍ମାଣ ପାଇଁ ଯୋଜନା ଚାଲିଛି। ତେବେ ଜୁଆରିଆ ନଈ ଓ ଅଟକଳ ହୋଇଥିବା ଅର୍ଥ ବାଧକ ସାଜିଛି। ଫଳରେ ଟେଣ୍ଡର ପରେ ଟେଣ୍ଡର କରାଯାଉଥିଲେ ମଧ୍ୟ ସେତୁ ନିର୍ମାଣ ହୋଇପାରୁନାହିଁ। ସୂଚନା ଅନୁଯାୟୀ ପ୍ରଥମେ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ଏହି ଘାଟରେ ସେତୁ ନିର୍ମାଣ ପାଇଁ ବ୍ଲୁପ୍ରଣ୍ଟି ପ୍ରସ୍ତୁତ କରାଯିବା ସହିତ ବ୍ୟୟଅଟକଳ କରାଯାଇ ଟେଣ୍ଡର କରାଯାଇଥିଲା। ଇତିମଧ୍ୟରେ ୧୪/୧୫ ଥର ଟେଣ୍ଡର ହୋଇଥିଲେ ମଧ୍ୟ ବ୍ୟୟ ଅଟକଳ ଅର୍ଥ କମ ହେବାରୁ କୈାଣସି କମ୍ପାନୀ ଆଗ୍ରହ ପ୍ରକାଶ କରୁନଥିବା ବିଭିନ୍ନ ସମୟରେ ଲୋକପ୍ରତିନିଧିମାନେ ପ୍ରକାଶ କରିଛନ୍ତି। ଏପରିକି ଏହି ନଦୀଘାଟରେ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଓ ଗ୍ରାମ୍ୟଉନ୍ନୟନ ମନ୍ତ୍ରିଙ୍କ ପକ୍ଷରୁ ବିଗତବର୍ଷରେ ଶିଳାନ୍ୟାସ କରାଯାଇଥିଲେ ମଧ୍ୟ ତାହା କେବଳ ଟେଣ୍ଡର ପ୍ରକ୍ରିୟାରେ ସିମିତ ହୋଇ ରହିଯାଇଥିଲା। ଏବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାରଙ୍କ ପକ୍ଷରୁ ବିଭାଗ ବଦଳା ଯାଇ ଗ୍ରାମ୍ୟ ଓ ଗୃହ ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ସବୁଠାରୁ ବଡକଥା ହେଲା ବିଗତବର୍ଷ ହେବ କେନ୍ଦ୍ରାପଡାର ବଳଦେବଜୀଉ, ଭଦ୍ରକର ଆକଣ୍ଡଳମଣି ଓ ଯାଜପୁରର ମା ବିରଜା ମନ୍ଦିରକୁ ସଂଯୋଗ ନିମନ୍ତେ ଅର୍ଥାତ ସ୍ୱର୍ଣ୍ଣ ତ୍ରିଭୁଜ ପର୍ଯ୍ୟଟସ୍ଥଳ ପାଇଁ ଯେଉଁ ପରିକଳ୍ପନା ରହିଥିଲା ତାହା କେବେ ବାସ୍ତବ ରୂପରେଖ ନେବ ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରିଛି।

Leave A Reply