ଏ ଆର ରେହମାନଙ୍କ ମା’ କରିମା ବେଗମ୍‌ଙ୍କ ପରଲୋକ

ଚେନ୍ନଇ : ଓସ୍କାର ବିଜେତା ସଙ୍ଗୀତ ସଂଯୋଜକ ଏଆର ରେହମାନଙ୍କ ମା’ କରିମା ବେଗମ୍‌ଙ୍କର ସୋମବାର ପରଲୋକ ହୋଇଛି। କରିମାଙ୍କ ପରଲୋକ ସମ୍ପର୍କରେ ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି। ବୟସାଧିକ କାରଣରୁ ତାଙ୍କର ପରଲୋକ ହୋଇଛି। ରେହମାନ ତାଙ୍କ ମା’ଙ୍କର ଏକ ଫଟୋକୁ ନିଜ ଟ୍ବିଟରରେ ସେୟାର କରିଥିଲେ। କରିମାଙ୍କ ପରଲୋକରେ ବଲିଉଡ ଜଗତରେ ଶୋକ ପ୍ରକାଶ ପାଇଛି। କରିମା ସଙ୍ଗୀତ ସଂଯୋଜକ ରାଜଗୋପାଳ କୁଳଶେଖରନଙ୍କୁ ବିବାହ କରିଥିଲେ। ରାଜଗୋପାଳ ୫୨ଟି ଚଳଚ୍ଚିତ୍ରରେ ସଙ୍ଗୀତ ସଂଯୋଜନା କରିଥିଲେ।

Comments are closed.