ଜେଏନୟୁ ଆକ୍ରମଣ: ଦୋଷୀକୁ କଠୋର ଦଣ୍ଡ ଦିଆଯିବ – କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲ

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ। ସେ କହିଛନ୍ତି, ଏହି ଘଟଣାରେ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି। ଏହି ଘଟଣାରେ ଗତ କାଲି ବିଜେପି ନିଜର ପକ୍ଷ ସ୍ପଷ୍ଟ କରିଥିବା ଗୋଏଲ କହିଛନ୍ତି। ଗୋଏଲ ସାମ୍ବାଦିକମାନଙ୍କୁ କହିଛନ୍ତି, ଏଭଳି ସମୟରେ ସମ୍ବାଦଦାତାଙ୍କ ସମେତ ସମସ୍ତେ ଏଭଳି ଖବର ପ୍ରସାର କରିବା ଓ ଏହାକୁ ଅଧିକ ମସଲାଯୁକ୍ତ କରିବା କ୍ଷେତ୍ରରେ ଧୈର୍ଯ୍ୟ ରକ୍ଷା କରିବା ଆବଶ୍ୟକ।

ଜେଏନୟୁ ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ବର୍ଣ୍ଣନା କରି ଗୋଏଲ କହିଛନ୍ତି, ଗୃହ ମନ୍ତ୍ରାଳୟ ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି ଏବଂ ତଦନ୍ତ ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତ ସନ୍ଧ୍ୟାରେ କିଛି ଅଜଣା ଆକ୍ରମଣକାରୀ ଜେଏନୟୁରେ ପଶି ଛାତ୍ର ଏବଂ ପ୍ରଫେସରଙ୍କ ଉପରେ ଲୁହା ରଡ଼ ଏବଂ ବାଡ଼ିରେ ଆକ୍ରମଣ କରିବା ଫଳରେ ୩୦ ଜଣ ଛାତ୍ର ଆହତ ହୋଇଥିଲେ। ପରେ ସେମାନଙ୍କୁ ଏଏମସରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ୩୪ ଜଣଙ୍କୁ ହସପିଟାଲରୁ ଛାଡି ଦିଆଯାଇଥିବା ଏଏମସ ପକ୍ଷରୁ କୁହାଯାଇଛି।

Comments are closed.