ସୀମାପାର ଚୀନ ସୈନିକକୁ ଫେରାଇ ଦେବ ଭାରତ

ଭାରତୀୟ ସେନା ପୂର୍ବ ଲଦାଖର ଡେମଚୌକ୍‍ ସେକ୍ଟରରୁ ଚୀନ୍‍ର ଜଣେ ସୈନ୍ୟଙ୍କୁ ଗିରଫ୍‍ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଜାରି ସୂଚନା ଅନୁଯାୟୀ, ସେହି ସୈନ୍ୟ ଜଣଙ୍କ କର୍ପୋରାଲ୍‍ – ୱାଙ୍ଗ୍‍ ୟା ଲଙ୍ଗ୍‍ ବୋଲି ଜଣାପଡ଼ିଛି। ସେ ପ୍ରକୃତ ନିୟନ୍ତ୍ରଣ ରେଖା ପାର କରି ଭାରତ ସୀମା ମଧ୍ୟକୁ ଚାଲି ଆସିଥିଲା। ମନ୍ତ୍ରଣାଳୟ କହିଛି, ସେହି ସୈନ୍ୟ ଜଣଙ୍କୁ ଆବଶ୍ୟକ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇଛି। ଭୀଷଣ ଥଣ୍ଡାରୁ ରକ୍ଷା ପାଇବା ପାଇଁ ସମ୍ପୃକ୍ତ ସୈନିକଙ୍କ ଅମ୍ଳଜାନ, ଖାଦ୍ୟ ଓ ଗରମ ପୋଷାକ ଦିଆଯାଇଛି।

ଇତିମଧ୍ୟରେ ଚୀନର ପିପୁଲ୍ସ ଲିବରେସନ୍‍ ଆର୍ମି ନିଖୋଜ ସୈନ୍ୟ ଜଣଙ୍କୁ ଖୋଜାଖୋଜି କରିବା ପାଇଁ ଅନୁରୋଧ କରିଥିଲା। ମନ୍ତ୍ରଣାଳୟ କହିଛି, ନିୟମ ଅନୁସାରେ ସୈନ୍ୟ ଜଣଙ୍କୁ ଚୀନ୍‍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ।

Comments are closed.