କରୋନା ପାଇଁ ଆପଲ କର୍ମଚାରୀମାନେ ଘରେ ବସି କାମକରିବେ : ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଖୁଚୁରା ଷ୍ଟୋର ବନ୍ଦ

ନୂଆଦିଲ୍ଲୀ : କରୋନା ପାଇଁ ଆପଲ ତା’ର ସମସ୍ତ ଖୁଚୁରା ଷ୍ଟୋର୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆପଲ ପକ୍ଷରୁ କୁହାଯାଇଛି ଯେ, ଏହାର ସମସ୍ତ ଷ୍ଟୋର ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ବନ୍ଦ ରହିବ ।  କେବଳ ଗ୍ରେଟର ଚାଇନା ଷ୍ଟୋର ଖୋଲା ରହିବ। ମାର୍ଚ୍ଚ ୨୭ ପରେ କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ଷ୍ଟୋର ଖୋଲାଯିବ ନା ନାହିଁ କମ୍ପାନୀ ବିଚାର କରିବ।

ଆପଲ ସିଇଓ ତାଙ୍କ ଟିମକୁ ଏକ ଚିଠିରେ କହିଛନ୍ତି ଯେ, ଗ୍ରେଟର ଚାଇନା ବ୍ୟତୀତ ସମଗ୍ର ବିଶ୍ବରେ ଆପଲ ଷ୍ଟୋରଗୁଡିକ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଆପଲର ଏହି ନିଷ୍ପତ୍ତି ପରେ ସମସ୍ତ କର୍ମଚାରୀମାନେ ଘରେ ବସି କାମକରିବେ ବୋଲି ଚିଠିରେ ଟିମ୍ କୁକ୍ ଏହି ସୂଚନା ଦେଇଛନ୍ତି। ଆପଲ ଶୁକ୍ରବାର ଚିନରେ ୪୨ଟି ଷ୍ଟୋର ଖୋଲିଥିଲା।

କରୋନାରେ ପୀଡିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆପଲ୍ ବିଶ୍ବା ବ୍ୟାପୀ ୧୫ ମିଲିୟନ୍ ଡଲାର୍ ଦାନ କରିଛି । ବର୍ତ୍ତମାନ ବିଶ୍ବରେ ପ୍ରାୟ ୧,୩୮,00 ଲୋକ କରୋନା ଜୀବାଣୁ ସଂକ୍ରମିତ ହୋଇଥିବାବେଳେ ୫ହଜାରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି। ଭାରତରେ ମଧ୍ୟ କରୋନା ଜୀବାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୮୦ ଅତିକ୍ରମ କରିଛି।

Comments are closed.