ସେଓ ରାବିଡ଼ି

0

ଆବଶ୍ୟକ ସାମଗ୍ରୀ
ସେଓ – ଆବଶ୍ୟକ ଅନୁଯାୟୀ
କ୍ଷୀର – ଆବଶ୍ୟକ ଅନୁଯାୟୀ
ଚିନି – ଆବଶ୍ୟକ ଅନୁଯାୟୀ
ଗୁଜୁରାତି – ଅଳ୍ପ
ଆଲମଣ୍ଡ – ଅଳ୍ପ
ପିସ୍ତା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ଗ୍ୟାସ ଲଗାଇ ଏକ  ପାତ୍ର ବସାନ୍ତୁ। ଏଥିରେ ଭଲ ଭାବେ କ୍ଷୀର ଫୁଟାନ୍ତୁ। ଭଲ ଭାବେ କ୍ଷୀର ଫୁଟିବା ପରେ ସେଥିରେ ଚିନି ପକାଇ ଗୋଳାନ୍ତୁ। ଏହା ପରେ ସେଓକୁ ଭଲଭାବେ ଧୋଇ ଚୋପା ବାହାର କରି ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଫୁଟୁଥିବା କ୍ଷୀରରେ ଏହି ପେଷ୍ଟକୁ ପକାଇ ଗୋଳାନ୍ତୁ। ଏବେ ଏଥିରେ ଗୁଜୁରାତି ଗୁଣ୍ଡ, ଆଲମଣ୍ଡ, ପିସ୍ତା ପକାଇ ଗୋଳାନ୍ତୁ। ୧ ମିନିଟ ମଧ୍ୟରେ ଏହାକୁ ଗ୍ୟାସ ଓହ୍ଲାଇ ଏକ ପାତ୍ରକୁ କାଢନ୍ତୁ ଓ ଏହି ସ୍ୱାଦିଷ୍ଟ ଦ୍ରବ୍ୟକୁ ଖାଇ ମଜା ନିଅନ୍ତୁ।
ଆଲେଖ୍ୟ ସସ୍ମିତା ମହାନ୍ତି

Leave A Reply