ଆପଲ ଛାଡ଼ିବେ ଡିଜାଇନ ମୁଖ୍ୟ ଜନି ଇଭ୍‌, ନୂଆ କମ୍ପାନୀ ଆରମ୍ଭ କରିବେ

ୱାଶିଂଟନ: ବିଶ୍ଵର ଦାମୀ ମୋବାଇଲ ‘ଆପଲ’ର ଡିଜାଇନ ମୁଖ୍ୟ ତଥା କମ୍ପାନୀର ସହ ପ୍ରତିଷ୍ଠାତା ଷ୍ଟିଭ ଜବ୍‌ସଙ୍କ ସବୁଠାରୁ ବିଶ୍ଵାସଯୋଗ୍ୟ କର୍ମଚାରୀ ଜନି ଇଭ୍‌ କମ୍ପାନୀ ଛାଡ଼ିବେ। ସେ ଆପଲ କମ୍ପାନୀରୁ ଚାକିରି ଛାଡ଼ି ନିଜର ଏକ ନୂଆ କମ୍ପାନୀ ଆରମ୍ଭ କରିବେ। ଜନି ଇଭ୍‌ ଆଇଫୋନ ସମେତ କମ୍ପାନୀ କେତେକ ପ୍ରମୁଖ ଉତ୍ପାଦର ଡିଜାଇନ କରି ଚର୍ଚ୍ଚାକୁ ଆସିଥିଲେ, ଯାହା କମ୍ପାନୀକୁ ୧ ଟ୍ରିଲିୟନ ଡଲାର ଟର୍ନଓଭରରେ ପହଞ୍ଚାଇପାରିଥିଲା।

ଏ ନେଇ ଆପଲ ପକ୍ଷରୁ କୁହାଯାଇଛି ଯେ, ଜନି ଇଭ୍‌ ଚାକିରି ଛାଡ଼ିବା ସତ୍ବେ କମ୍ପାନୀ ପାଇଁ କାର୍ଯ୍ୟ ଜାରି ରଖିବେ। ସେ ତାଙ୍କୂ ନୂଆ କମ୍ପାନୀ ଆରମ୍ଭ କରିବା ପରେ ଆପଲ୍‌ ଉତ୍ପାଦ ଡିଜାଇନ ଉପରେ କାର୍ଯ୍ୟ କରିବେ। ତେବେ ଜନି ଇଭ୍‌ ଆପଲରେ ପାଖାପାଖି ୩ ଦଶନ୍ଧି ଧରି ଜଡ଼ିତ ରହିଛନ୍ତି। ସେ ଚଳିତବର୍ଷ ଶେଷ ଆଡକୁ କମ୍ପାନୀ ଛାଡ଼ିବେ। ୯୦ ଦଶକରେ ଆପଲ କମ୍ପାନୀ ବୁଡ଼ିବାକୁ ବସିଥିବାବେଳେ ୧୯୯୨ରେ ଜନି ଇଭ୍‌ କମ୍ପାନୀରେ ଯୋଗଦେଇଥିଲେ। ସେ ୧୯୯୬ରେ ଆପଲ ଡିଜାଇନ ଟିମ୍‌ର ନେତୃତ୍ଵ ନେଇଥିଲେ। ଏହାପରେ ସେ ଆଇଫୋନରେ କ୍ୟାଣ୍ଡି ରଙ୍ଗର ଆଇମ୍ୟାକ୍‌ସ ଡିଜାଇନ କରିଥିଲେ, ଯାହା କମ୍ପାନୀକୁ ପୁନର୍ଜୀବନ ଦେଇଥିଲା। ଏହା ପରଠାରୁ ଆଇଫୋନ ଉପଭୋକ୍ତାମାନଙ୍କ ମଧ୍ୟରେ ସବୁଠାରୁ ସଫଳ ଉତ୍ପାଦ ଭାବେ ଜଣାଶୁଣା ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ୨୦୧୫ରେ ଜନି ଇଭ୍‌ ଆପଲ୍‌ର ମୁଖ୍ୟ ଜିଜାଇନ ଅଫିସର ଭାବେ ପଦୋନ୍ନତି ପାଇଥିଲେ।

Comments are closed.