ତୁଷାରପାତ ଯୋଗୁଁ କାଶ୍ମୀରରେ ୫୦୦ କୋଟି ଟଙ୍କାର ଶେଓ ନଷ୍ଟ

0

ଶ୍ରୀନଗର . – କାଶ୍ମୀରରେ କେତକ ଅଞ୍ଚଳରେ ଏବେ ପ୍ରବଳ ତୁଷାରପାତ ହେଉଛି ।  ଏଥର ପୂର୍ବ ଅପେକ୍ଷା ଶୀଘ୍ର ତୁଷାରପାତ ହୋଇ ଥିବାରୁ କାଶ୍ମୀର ଉପତ୍ୟକାର ଶେଓ ଚାଷ ନଷ୍ଟ ହୋଇଛି ।   ତୁଷାରପାତ ଯୋଗୁଁ ପ୍ରାୟ ୫୦୦ କୋଟି ଟଙ୍କାର ଶେଓ  ନଷ୍ଟ ହୋଇଥିବା କାଶ୍ମୀରର ଚ୍ୟାମ୍ବରସ୍‌ ଅଫ କମର୍ସ ସୂଚନା ଦେଇଛି ।

ତୁଷାରପାତ ଯୋଗୁଁ କାଶ୍ମୀରରେ ବିଦ୍ୟୁତ ସରୋବରାହ ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ବିଦ୍ୟୁତ ସରୋବରାହ ବାଧାପ୍ରାପ୍ତ ହୋଇଛି ।  କାଶ୍ମୀରରେ ଏତେ ଶୀଘ୍ର ତୁଷାର ପାତ ହୁଏ ନାହିଁ ଏଥିପାଇଁ ଅଧିକାଂଶ ଶେଓ ଚାଷୀ ଶେଓ ତୋଳି ନଥିବା ଫାରୁକ ଅହମ୍ମଦ ନାମକ ଶେଓ ବଗିଚାର ମାଲିକ ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ତୁଷାରପାତ ଓ ଭୁସ୍ଖଳନ ଯୋଗୁଁ ଶେଓ ବୋଝେଇ ହୋଇଥିବା ୫ ହଜାରରୁ ଅଧିକ ଟ୍ରକ ଜାମ୍ମୁ କାଶ୍ମୀର ଜାତୀୟ ରାଜପଥରେ ଅଟକି ରହିଛନ୍ତି ।

Leave A Reply