ମୁଖ୍ୟମନ୍ତ୍ରୀଙ୍କ ନିବେଦନ : ତିନିମାସର ଘର ଭଡ଼ା ଛାଡ଼ କିମ୍ବା ବିଳମ୍ବରେ ନିଅ

ମାନବିକତାର ପରିଚୟ ଦେବାକୁ ଆହ୍ବାନ

ଭୁବନେଶ୍ବର: ସମଗ୍ର ବିଶ୍ବ ସହିତ ଓଡ଼ିଶା ଏବେ କରୋନା ମହାମାରୀ ସହ ସଂଗ୍ରାମ କରୁଛି । ଅତ୍ୟନ୍ତ ସମ୍ବେଦନଶୀଳ ସମୟ ଦେଇ ମାନବ ସଭ୍ୟତା ଗତି କରୁଛି । ଏପରି ଅବସ୍ଥାରେ ମାନବିକତାର ପରିଚୟ ଦେଇ ତିନିମାସ ପର୍ଯ୍ୟନ୍ତ ଘର ଭଡ଼ା ଆଦାୟ ବିଳମ୍ବ କିମ୍ବା ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘର ମାଲିକମାନଙ୍କୁ ନିବେଦନ କରିଛନ୍ତି । ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସବୁମତେ ଉଦ୍ୟମ କରୁଛନ୍ତି । ଏପରି ଏକ କଠିନ ସମୟରେ ଆମ ସମସ୍ତେ ମଣିଷ ପଣିଆର ପରିଚୟ ଦେଇ ପରସ୍ପରକୁ ସହଯୋଗ ପାଇଁ ଆଗେଇ ଆସିବା ଉଚିତ । ଘର ମାଲିକମାନେ ମଧ୍ୟ ତିନିମାସର ଘର ଭଡ଼ା ଛାଡ଼ କରିବା କିମ୍ବା ଅନ୍ତତଃ ତିନିମାସ ଭଡ଼ା ଆଦାୟ ଘୁଞ୍ଚାଇବା ଉଚିତ । ଯଦି କୌଣସି ଭଡ଼ାଟିଆ ଭଡ଼ା ଦେଇନଥାନ୍ତି ତା ହେଲେ ତାଙ୍କୁ ଘର ଛାଡ଼ିବା ପାଇଁ କହିବା ମାନବବାଦର ପରିଚାୟକ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

Comments are closed.