ପିଏମ କେୟାର୍ସ ପାଣ୍ଠିକୁ ସ୍ୱେଚ୍ଛାକୃତ ଦାନ ପାଇଁ ଅନୁରୋଧ କଲେ କ୍ୟାବିନେଟ ସଚିବ

ସମାଜ ପୋର୍ଟାଲ ଡେସ୍କ: ଚଳିତ ବର୍ଷ ମାର୍ଚ୍ଚ ୧୩ରେ ସପ୍ତମ ବେତନ ଆୟୋଗ ଅନୁଯାୟୀ ବୃଦ୍ଧି ପାଇଥିବା ୪ ପ୍ରତିଶତ ମହଙ୍ଗା ଭତ୍ତା ଏ ପର୍ଯ୍ୟନ୍ତ କର୍ମଚାରୀମାନେ ପାଇନଥିବା ଜଣାପଡିଛି। କ୍ୟାବିନେଟ୍ ଅନୁମୋଦନ ପରେ ସରକାର ଏ ବାବଦରେ ଆଦେଶ ଦେଇ ନ ଥିବାରୁ କର୍ମଚାରୀ ଓ ପେନସନଭୋଗୀମାନେ ଏହା ପାଇପାରି ନାହାନ୍ତି। କେବଳ ସେତିକି ନୁହେଁ, କେନ୍ଦ୍ର ସରକାରୀ କର୍ମଚାରୀମାନେ ଗୋଟିଏ ଦିନର ଦରମା ହ୍ରାସର ସମ୍ମୁଖୀନ ହେବେ ବୋଲି ଜଣାପଡିଛି।

କ୍ୟାବିନେଟ ସଚିବ ରାଜୀବ ଗୌବା ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗୀୟ ସଚିବମାନଙ୍କୁ ଚିଠି ଲେଖି ପିଏମ କେୟାର୍ସ ପାଣ୍ଠିକୁ ସ୍ବେଚ୍ଛାକୃତ ଦାନ କରିବାକୁ କର୍ମଚାରୀମାନଙ୍କୁ ତଥା ବିଭିନ୍ନ ମନ୍ତ୍ରଣାଳୟ ଅଧୀନରେ ଥିବା ସଂସ୍ଥାଗୁଡ଼ିକୁ ଅନୁରୋଧ କରିବାକୁ କହିଛନ୍ତି। ଏପ୍ରିଲ ୧୬ରେ ସେ ଏହି ଚିଠି ପଠାଯାଇଥିବା ଜଣାପଡିଛି।

ଅର୍ଥ ମନ୍ତ୍ରଣାଳୟର ରାଜସ୍ୱ ବିଭାଗ ଏପ୍ରିଲ ୧୭ରେ ଏକ ସର୍କୁଲାର ଜାରି କରି କର୍ମଚାରୀମାନଙ୍କୁ ଏକ ଅପ୍ଟ-ଆଉଟ୍ ଧାରା ମୁତାବକ ପିଏମ କେୟାର୍ସ ପାଣ୍ଠିକୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରତି ମାସରେ ଗୋଟିଏ ଦିନର ଦରମା ଦାନ କରିବାକୁ କହିଛନ୍ତି। ଏହି ସର୍କୁଲାରରେ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ଯଦି କୌଣସି ଅଧିକାରୀ କିମ୍ବା କର୍ମଚାରୀ ଏଥିରେ ଆପତ୍ତି କରନ୍ତି ତେବେ ତାଙ୍କ ନିୟୋଜନ ସଂଖ୍ୟା ବିଷୟରେ ଆସନ୍ତା ୨୦ ସୁଦ୍ଧା ଦରମା ପ୍ରଦାନକାରୀ ଅଧିକାରୀଙ୍କୁ ଅବଗତ କରାଯିବ।

Comments are closed.