ଟୋକିଓରୁ ପୁଅର ମୃତଦେହ ଆଣିବାକୁ ସରକାରଙ୍କୁ ପରିବାରର ଗୁହାରୀ

ଯାଜପୁର: ଜାପାନର ଟୋକିଓ ସହରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତଦେହ ଆଣିବାକୁ ପରିବାର ଲୋକେ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି। ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ପଠାନ ମହଲାର ସେକ ଗୋରାଙ୍କ ବଡ ପୁଅ ବାର ଉଦ୍ଦିନ ୫ ବର୍ଷ ହେଲା ଜାପାନର ଟୋକିଓ ସହରରେ ଏକ ହୋଟେଲରେ ରହି କାମ କରୁଥିଲେ । ସେ ନିକଟରେ ଘରକୁ ଆସି ଜାନୁଆରୀ ୭ ତାରିଖରେ ଜାପାନ ଯାଇଥିଲେ। ସେଠାରେ କାମ କରୁଥିବା ବେଳେ ଗତ ୨୯ ତାରିଖରେ ତାଙ୍କର ଆକସ୍ମିକ ଭାବେ ମୃତ୍ୟୁ ଘଟିଥିଲା। ୩୦ ତାରିଖରେ ପରିବାର ଲୋକେ ଏହି ଖବର ପାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଘଟଣାକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କର ମରଶରୀର ନିଜ ଘରକୁ ଫେରିବା ନେଇ ବିଳମ୍ବ ଘଟୁଥିବାରୁ ପରିବାର ଲୋକେ ଆଶା ଆଶଙ୍କାରେ ରହିଛନ୍ତି। ମରଶରୀରକୁ ନିଜ ଘରକୁ ଫେରାଇ ଆଣିବା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବାରୁ ମୃତ ଦେହ ଭାରତ ଆସିପାରୁନାହିଁ। ତେଣୁ ମୃତଦେହକୁ ଘରକୁ ଆଣିବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ପରିବାର ଲୋକେ।

Comments are closed.