ରାଜ୍ୟବାସୀଙ୍କୁ ୨ ଶହ ୟୁନିଟି ବିଜୁଳି ମାଗଣାରେ ଦେବା ପାଇଁ ଆପ୍‌ କର୍ମକର୍ତ୍ତାଙ୍କ ଦାବି

ସମ୍ବଲପୁର, – ଓଡିଶା ରାଜ୍ୟ ବିଦ୍ୟୁତ ବଳକା ରାଜ୍ୟ ହୋଇଥିବା ବେଳେ ଏଠାରେ ବିଜୁଳି ଗ୍ରାହକ ଙ୍କୁ ୨ ଶହ ୟୁନିଟ ବିଜୁଳି ମାଗଣାରେ ପ୍ରଦାନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଆମ ଆଦମି ପାର୍ଟି ସମ୍ବଲପୁର ଜିଲା ଶାଖା ପକ୍ଷରୁ କୁହାଯାଇଛି । ମଙ୍ଗଳବାର ସ୍ଥାନୀୟ ଓଡିଶା ସାଂସ୍କୃତି ସମାଜ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଆବାହକ ଲାଲମଣି ଲୁଗୁନ, ଭୂପେନ ସାହୁ ଙ୍କ ସମେତ ଅନ୍ୟ ପଦାଧିକାରୀ ମାନେ ସାମିଲ ହୋଇଥିଲେ ।

ବିଗତ ଦିନରେ ଦଳ ପକ୍ଷରୁ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତି ସର୍ମ୍ପକରେ ସୂଚନା ସାମ୍ବାଦିକ ସମ୍ମିଳନୀରେ ଦିଆଯିବା ସହିତ ୨ ଶହ ୟୁନିଟ ବିଜୁଳି ମାଗଣାରେ ରାଜ୍ୟବାସୀଙ୍କୁ ପ୍ରଦାନ କରିବା ଉଚିତ ବୋଲି ଲୁଗୁନ କହିଥିଲେ । ଦିଲ୍ଲୀ ଏବଂ ପଞ୍ଜାବ ପ୍ରଦେଶ ଭଳି ଓଡିଶାରେ ଏହି ସୁବିଧା ପ୍ରଦାନ କରାଯିବା ଉଚିତ । ଦିଲ୍ଲୀ ବିଦ୍ୟୁତ ଉତ୍ପାଦନ ନ କରି ଅନ୍ୟ ରାଜ୍ୟ ମାନଙ୍କ ଠାରୁ ବିଜୁଳି କିଣି ଜନତାଙ୍କୁ ମାଗଣାରେ ପ୍ରଦାନ କରୁଥିବା ବେଳେ ଓଡିଶା ରାଜ୍ୟ ବିଦ୍ୟୁତ ବଳକା ରାଜ୍ୟ ହୋଇଥିବାରୁ ଏଥିରେ କୌଣସି ଅସୁବିଧା ହେବ ନାହିଁ । ଏଥି ପାଇଁ ଆଗାମୀ ଦିନରେ ଦଳ ପକ୍ଷରୁ ଏକ ହସ୍ତାକ୍ଷର ଅଭିଯାନ କରାଯିବ ଏବଂ ଏହାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ । ଯଦି ରାଜ୍ୟ ସରକାର ଏହା ଉପରେ କୌଣସି ଉଚିତ ପଦକ୍ଷେପ ନ ନିଅନ୍ତି ତାହା ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.