କିଡ୍‌ନୀ ଚୋରି ମାମଲା : ଉପର କୋର୍ଟକୁ ଯିବେ ହସପିଟାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର : କିଡନୀ ଚୋରି ମାମଲାରେ ଜାତୀୟ ମାନବାଧିକାର ଆୟୋଗ ଭୁବନେଶ୍ବରସ୍ଥିତ ଆ​ପାଲୋ ହସପିଟାଲ ରେଜିଷ୍ଟ୍ରେସନ ରଦ୍ଦ କରିବା ଲାଗି ମୁଖ୍ୟ ଶାସନ ସଚିବଙ୍କୁ ଦେଇଥିବା ନିର୍ଦେଶକୁ ହସପିଟାଲ କର୍ତ୍ତୃପକ୍ଷ ଅନ୍ୟାୟ ବୋଲି କହିଛନ୍ତି । ଏହା ବିରୋଧରେ ଆମେ ଉପର କୋର୍ଟଙ୍କ ଦ୍ବାରସ୍ଥ ହେବୁ ବୋଲି ଆପୋଲୋ ହସପିଟାଲ କର୍ତ୍ତୃପକ୍ଷ ଏକ ପ୍ରେସ ବିବୃତ୍ତି ଜରିଆରେ ପ୍ରତ୍ରିକ୍ରିୟା ରଖିଛନ୍ତି। ସେମାନଙ୍କୁ ଶୁଣାଣି ପାଇଁ ସୁେଯାଗ ଦିଆଯାଇ ନାହିଁ । ଏହାଛଡା ଓଡିଶା ହାଇକୋର୍ଟଙ୍କ ରହିତାଦେଶ ଓ ନିର୍ଦେଶକୁ ଆୟୋଗ ବିଚାରକୁ ନେଇନାହାନ୍ତି ବୋଲି ଅଭିେଯାଗ କରିଛନ୍ତି ହସପିଟାଲ କର୍ତ୍ତୃପକ୍ଷ। ଉପର କୋର୍ଟରେ ଆମେ ପ୍ରକୃତ ତଥ୍ୟ ଉପସ୍ଥାପନ କରିବୁ ଏବଂ ଆମକୁ ନ୍ୟାୟ ମିଳିବ ବୋଲି ପ୍ରେସ ବିବୃତ୍ତିରେ ଉଲ୍ଲେଖ କରାଯାଇଛି।

Comments are closed.