ନୌବାହିନୀରେ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ : ଅନୁମତି ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପୁରୁଷ ଓ ମହିଳା ଅଫିସରମାନଙ୍କୁ ସମାନ ମର୍ଯ୍ୟାଦା ପ୍ରଦାନ କରାଯିବା ବିଷୟ ଉଲ୍ଲେଖ କରି ସୁପ୍ରିମକୋର୍ଟ ନୌବାହିନୀରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ବିଷୟକୁ ଅନୁମତି ପ୍ରଦାନ କହିଛନ୍ତି। ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି ନୌବାହିନୀରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ ବାରଣ କରିବା ଦ୍ୱାରା ସେମାନଙ୍କ ପ୍ରତି ଅନ୍ୟାୟ ହେବ। ଖଣ୍ଡପୀଠ କହିଛନ୍ତି ମହିଳାମାନଙ୍କ ନୌବାହିନୀରେ ପ୍ରବେଶ କରିବାରୁ ଥିବା କଟକଣାକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେବା ପରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନରେ କୌଣସି ପକ୍ଷପାତ କରାଯାଇପାରିବ ନାହିଁ।

Comments are closed.