କେଉଁ ଦଳରେ ସାମିଲ ହେବେ ଅପରାଜିତା ଷଡ଼ଙ୍ଗୀ, ଜୋର ଧରିଲା ରାଜନୀତି

0

ଭୁବନେଶ୍ବର: ବରିଷ୍ଠ ଆଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ କେନ୍ଦ୍ର ସରାକର ଅନୁମୋଦନ ପ୍ରଦାନ କରିଛନ୍ତି । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର ଧରିଛି । ତେବେ ଅବସର ପରେ ଅପରାଜିତା ଷଡ଼ଙ୍ଗୀ କେଉଁ ରାଜନୈତିକ ଦଳରେ ଯୋଗ ଦେବେ ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ସେ ଯଦି କୌଣସି ଜାତୀୟ ଦଳରେ ଯୋଗ ଦିଅନ୍ତି ତେବେ ଆଞ୍ଚଳିକ ଦଳ ଉପରେ ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ସେହିପରି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଅପରାଜିତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ଦଳ ତାଙ୍କୁ ସ୍ୱାଗତ କରିବ । ଅପରାଜିତା ଷଡ଼ଙ୍ଗୀ୧୯୯୪ ବ୍ୟାଚ୍‌ ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଥିଲେ ।

Leave A Reply