ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର : ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ବିକାଶକୁ ତ୍ବରାନ୍ବିତ କରିବା ଲକ୍ଷ୍ୟ ନେଇ ସାଂସଦ ଅପରାଜିତା ଷଢ଼ଙ୍ଗୀ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ଶ୍ରୀମତୀ ଷଢ଼ଙ୍ଗୀ କହିଛନ୍ତି ଯେ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିମିଶି ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପଡିବ। ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କାଳରେ ଏନେଇ ସହଯୋଗ କାମନା କଲି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସବୁପ୍ରକାର ସହାୟତା ଯୋଗାଇବେ ବୋଲି ସକାରାମତ୍କ ମନୋଭାବ ପୋଷଣ କରିଛନ୍ତି। ଆଗାମୀ ଦିନରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରକୁ ଦେଶର ଏକ ନମୁନା ଭାବେ ପରିଗଣିତ କରିବାକୁ ଇଚ୍ଛା ରଖିଛୁ ବୋଲି ଶ୍ରୀମତୀ ଷଢ଼ଙ୍ଗୀ କହିଛନ୍ତି।

Comments are closed.