ଆନ୍ଧ୍ର ପ୍ରଦେଶ ବର୍ଷା ମୃତ୍ୟୁ ସଂଖ୍ୟା ୨୫ ; ଶତାଧିକ ନିଖୋଜ

ହାଇଦରାବାଦ : ଆନ୍ଧ୍ର ପ୍ରଦେଶ ବର୍ଷା ବିତ୍ପାତଜନିତ ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଥିବାବେଳେ ଆହୁରି ଶତାଧିକ ଏବେ ବି ନିଖୋଜ ଅଛନ୍ତି । ରାୟସୀମା ଅଞ୍ଚଳର ଚିତ୍ତୋର, କଡ଼ାପ୍ପା, କର୍ଣ୍ଣଲ ଓ ଅନନ୍ତପୁର ଜିଲାରେ ବର୍ଷା ଧ୍ବଂସଲୀଳା ସୃଷ୍ଟି କରିଛି। ତୀର୍ଥ କ୍ଷେତ୍ର ତିରୁପତି ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହିଁ। ଶତାଧିକ ବାସଗୃହ ଭାଙ୍ଗି ମାଟିରେ ମିଶିଯାଇଛି। କାଦିରିଠାରେ ୩ ଶିଶୁଙ୍କ ସହ ଜଣେ ବୃଦ୍ଧା ପ୍ରଖର ବର୍ଷା ଜଳରେ ଧୋଇ ଯାଇଛନ୍ତି। ବିଭିନ୍ନ ସ୍ଥାନରେ ଭଗ୍ନସ୍ତୂପ ତଳେ ବହୁ ଲୋକ ଚାପି ହୋଇ ରହିଥିବାରୁ ସେମାନଙ୍କୁ ଡ୍ରୋଜର ସାହାଯ୍ୟରେ ଉଦ୍ଧାର କରାଯାଉଛି। ବନ୍ୟାଞ୍ଚଳରୁ ହେଲିକ୍ପଟର ଯୋଗେ ମଧ୍ୟ ବିପନ୍ନଙ୍କୁ ଉଦ୍ଧାର କରାଯାଉଛି। ୨୦ହଜାର ବିପନ୍ନଙ୍କୁ ଉଦ୍ଧାର କରାଗଲାଣି । ଜାତୀୟ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍‌ଡିଆରଏଫ୍‌ ଓ ଏସ୍‌ଡିଆରଏଫ୍‌) ଏହି ଉଦ୍ଧାର ଓ ସହାୟତା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Comments are closed.