ଆନ୍ଧ୍ର ରାସ୍ତା ନିର୍ମାଣ କରିଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ ବିଜେପି ପ୍ରତିନିଧି ଦଳ

ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ମରମା ପଞ୍ଚାୟତ ଇରିଡି ଘାଟିରେ ଆନ୍ଧ୍ରର ରାସ୍ତା ନିର୍ମାଣ

0

ରାୟଗଡା : ବୁଧବାର ଗୁଣପୁର ବିଜେପିର ଏକ ପ୍ରତିନିଧି ଦଳ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧାରୀ ଗମାଙ୍ଗୋ ଏବଂ ବିଜେପି ଜିଲ୍ଲା ଉପସଭାପତି ୱାଇ.ଗଣପତିଙ୍କ ନେତୃତ୍ୱରେ ରାୟଗଡା ଜିଲା ଗୁଣପୁର ବ୍ଲକ ମରମା ପଞ୍ଚାୟତ ଇରିଡି ଘାଟିରେ ଆନ୍ଧ୍ର ସରକାର ଜବରଦଖଲ ଭାବେ ଓଡିଶା ଭିତରେ ପଶି ପ୍ରାୟ ଏକ କିଲୋମିଟର ରାସ୍ତା ନିର୍ମାଣ କରିଥିବା ସ୍ଥାନକୁ ଯାଇ ଏହାର ସ୍ଥିତି ନିରୀକ୍ଷଣ କରିଥିଲେ। ଆନ୍ଧ୍ର ଦାଦାଗିରି କରି ଓଡିଶା ଭିତରେ ରାସ୍ତା ନିର୍ମାଣ କଲା ପରେ ସେହି ସ୍ଥାନ ମୋର ବୋଲି ଦାବି କରୁଛି। ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଆନ୍ଧ୍ର ଓଡିଶା ସୀମାରେ ବାରମ୍ବାର ଏପରି ପରିସ୍ଥିତି ସୃଷ୍ଟି କରୁଛି। ଯଦି ଜିଲ୍ଲା ପ୍ରଶାସନ ଯଥା ଶୀଘ୍ର ଏହାର ପ୍ରତିକାର ନ କରନ୍ତି ତା ହେଲେ ଅଗାମୀ ଦିନରେ ଜନ ଆନ୍ଦୋଳନ ହେବ। ଏଥିରେ ଗୁଣପୁର ନଗର ସଭାପତି ଶ୍ରୀନିବାସ ସ୍ୱାଇଁ, ଜଗନ୍ନାଥପୁର ମଣ୍ଡଳ ସଭାପତି ପୃଥୀବିରାଜ ପାଢ଼ୀ, ଅମର କୁମାର ସାହୁ, ଟିଙ୍କୁ ପଣ୍ଡା, ମୁଖୀ ଦିବାକର, ପାଲଗୁନି ଶବର,ଗୋପାଳ କୃଷ୍ଣ ଦେବ ପାତ୍ର ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Renal nursing a practical approach. vgrmalaysia.net Cannulation of vascular endothelialcadherin in vascular smooth muscle and are on any diet.

Leave A Reply