‘ଷ୍ଟାର ମିଷ୍ଟର ଓଡିଶା ଫେସ୍ ଅଫ ଇଣ୍ଡିଆ ଟାଇଟଲ’ ଜିତିଲେ ଅନ୍ୱେଶ ରାଓ

ଜାତୀୟ ମଡେଲିଙ୍ଗ ପ୍ରତିଯୋଗୀତାରେ ଓଡିଆ ପୁଅଙ୍କ ସଫଳତା

ଭୁବନେଶ୍ୱର:‘ଷ୍ଟାର ଏଣ୍ଟରଟେନମେଣ୍ଟ’ ତରଫରୁ ନୂଆଦିଲ୍ଲୀର ଏକ ଘରୋଇ ହୋଟେଲରେ ଅୟୋଜିତ ହୋଇଥିବା ଜାତୀୟ ସ୍ତରର ମଡେଲିଙ୍ଗ ପ୍ରତିଯୋଗୀତାରେ ‘ଷ୍ଟାର ମିଷ୍ଟର ଓଡିଶା ଫେସ୍ ଅଫ୍ ଇଣ୍ଡିଆ ୨୦୨୨’ ଟାଇଟଲ ଜିତିଛନ୍ତି ଭୁବନେଶ୍ୱରର ଅନ୍ୱେଶ ରାଓ। ଏହି ମଡେଲିଙ୍ଗ ପ୍ରତିଯୋଗୀତା ତିନୋଟି କାଟାଗୋରୀରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଅନ୍ୱେଶ ପ୍ରଥମେ ଭରଚୁଆଲ ମୋଡରେ ଅଡିସନ୍ ଦେଇ ପ୍ରତିଯୋଗୀତାର ଫାଇନାଲକୁ ପ୍ରବେଶ କରିଥିଲେ।

 

ଫାଇନାଲ ରାଉଣ୍ଡକୁ ଯାଇଥିବା ୪୫ ଜଣଙ୍କୁ ପଛରେ ପକାଇ ବାଜିମାତ କରିଥିଲେ ଅନ୍ୱେଶ। ଏଥିରେ ଅତିଥି ଭାବେ ଡ. ବରୁନ କାଟୟାଲ, ଡ. ସାଗର ଅଭିଚନ୍ଦାନି, ବିକ୍ରମ ସେଠ୍, ରିତା ଗାଙ୍ଗଓାନୀ, ଲୋକେଶ ଶର୍ମା ଓ ଆଶମିନ୍ ମୁନଜାତ୍ ପ୍ରମୁଖ ଯାଗଦେଇ ‘ଷ୍ଟାର ମିଷ୍ଟର ଓଡିଶା ଫେସ୍ ଅଫ୍ ଇଣ୍ଡିଆ ୨୦୨୨’ ଟାଇଟଲ ପ୍ରଦାନ କରିଥିଲେ। ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଡିପ୍ଲୋମା ଅଧ୍ୟୟନରତ ଅନ୍ୱେଶ ଭବିଷ୍ୟତରେ ଜଣେ ଭଲ ମଡେଲ ହେବାକୁ ଲକ୍ଷ ରଖିଛନ୍ତି। ତାଙ୍କର ଏହି ସଫଳତା ପାଇଁ ପରିବାରର, ସାଙ୍ଗସାଥୀ ଓ ଶିକ୍ଷାନୁଷ୍ଠାନରେ ଖୁସିର ଲହରି ଖେଳିଯାଇଛି।

Comments are closed.