ପୁଣି ଦୁଇ ଦିନିଆ ରିମାଣ୍ଡରେ ଅନୁପ ସାଏ

ରାୟଗଡ : ବହୁଚର୍ଚ୍ଚିତ କଳ୍ପନା ଓ ବବଲି ଡବଲ ମର୍ଡର ଘଟଣାରେ ପୁଣି ଦିନିକିଆ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏ। ଏହା ପୂର୍ବରୁ ଅନୁପଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିଲା ରାୟଗଡ ପୋଲିସ। ଏହି ସମୟରେ ପୁଲିସ ଅନୁପଙ୍କ ଠାରୁ ହତ୍ୟାକାଣ୍ଡରେ ବହୁ ଗୁରୁତ୍ବପୂର୍ଣ୍ଣ ସୁରାକ ପାଇଥିଲେ ମଧ୍ୟ ଆହୁରି ଅଧିକ ଜେରା ପାଇଁ ଚାହିଁଥିଲା। କାରଣ ଏହି ଘଟଣାରେ ପୁଲିସ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଗିରଫ କରିବା ପରେ ଏହି ମାମଲାରେ ଆଉ ଜଣଙ୍କର ସଂପୃତ୍ତି ଥିବା ନେଇ ସୁରାକ ପାଇଥିଲା। ଏଣୁ ପୁଲିସ ଅନୁପଙ୍କୁ ଆଉଥରେ ରିମାଣ୍ଡରେ ନେବାପାଇଁ କୋର୍ଟରେ ଆବେଦନ କରିଥିଲା। ଏଥର ରିମାଣ୍ଡରେ ନେଇ ହତ୍ୟାକାଣ୍ଡର ସ୍ଥାନ ଓ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଏବଂ ଇନୋଭା ନେଇ ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚୁରା କରିବ ରାୟଗଡ ପୁଲିସ।

ଉଲ୍ଲେଖଯୋଗ୍ୟ ଯେ, କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅଙ୍କ ମୃତଦେହ ୨୦୧୬ ମେ ୭ରେ ଛତିଶଗଡ଼ର ହମିରପୁର ଜଙ୍ଗଲରୁ ମିଳିଥିଲା । ହତ୍ୟା ପରେ ସେମାନଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା । ତେବେ ଏହି ଡବଲ୍ ମର୍ଡର ଘଟଣାରେ ୨ଟି ଗାଡ଼ି ବ୍ୟବହାର ହୋଇଥିଲା ବୋଲି ଜଣାପଡ଼ିଛି । ଗୋଟିଏ ବୋଲେରୋ ଅନ୍ୟଟି ଇନୋଭା ବୋଲି ତଦନ୍ତରୁ ଜଣାପଡ଼ିଛି । ଏହି ୨ଟି ବ୍ରାଣ୍ଡ ଗାଡ଼ିର ମାଲିକାନା ଖୋଦ୍ ଅନୁପଙ୍କ ପାଖରେ ରଖୁଥିବା ପୁଲିସ ସୁରାକ ପାଇଛି।

Comments are closed.