ଡବଲ ମର୍ଡର ମାମଲାରେ ଦଳ ଓ ପଦବୀରୁ ବିଦାହେଲେ ଅନୁପ ସାଏ

ଭୁବନେଶ୍ବର : ବିଜୁ ଜନତା ଦଳ ସମେତ ରାଜ୍ୟ ପଣ୍ୟାଗାର ଅଧ୍ୟକ୍ଷ ପଦରୁ ବିଦା ହେଲେ ବିଜେଡିର ପୂର୍ବତନ ବିଧାୟକ ଅନୁପ ସାଏ । ଡବଲ ମର୍ଡର ମାମଲାରେ ଛତିଶଗଡ଼ ପୁଲିସ ଦ୍ୱାରା ଅଟକ ପରେ ଦଳ ଓ ପଦବୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦାକରିଛନ୍ତି। ଦୀର୍ଘ ୬ ବର୍ଷ ବିଜେଡିରେ ରହିବାପରେ ସେ ଦଳରୁ ବହିଷ୍କୃତ ହୋଇଛନ୍ତି। ସେ କଂଗ୍ରେସ ଟିକେଟରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ତିନି ତିନି ଥର ନିର୍ବାଚନ ଜିତି ବିଧାୟକ ହୋଇଥିଲେ। ପରେ ସେ ୨୦୧୪ରେ ବିଜେଡିରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ୨୦୧୬ ଏପ୍ରିଲ ମାସରେ ମା’ ଓ ଝିଅକୁ ହତ୍ୟା କରାଯାଇ ଛତିଶଗଡ ସୀମାନ୍ତରେ ଫିଙ୍ଗା ଯାଇଥିଲା। ମୃତକ ହେଲେ କଳ୍ପନା ଦାସ(୩୨) ଓ ତାଙ୍କ ଝିଅ ପ୍ରଭାତୀ ଦାସ (୧୪)। ଛତିଶଗଡର ଚକ୍ରଧରନଗର ପୁଲିସ ଏହି ମାମଲା ତଦନ୍ତ ଜାରି ରଖିଥିଲା। ଏହି ହତ୍ୟାକାଣ୍ଡରେ ତାଙ୍କର ସମ୍ପୃକ୍ତି ଥିବା ସନ୍ଦେହ କରି ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡାସ୍ଥିତ ତାଙ୍କ ଘରୁ ଛତିଶଗଡର ଚକ୍ରଧରନଗର ପୁଲିସ ତାଙ୍କୁ ଉଠାଇ ନେଇଥିଲା।

Comments are closed.