ଅନୁପ କୁମାର ସିଂହଙ୍କୁ ଏନ୍‍ଏସ୍‍ଜି ଡିଜି ଭାବେ ନିଯୁକ୍ତି

ନୂଆଦିଲ୍ଲୀ : ଗୁଜରାଟ କ୍ୟାଡରର ବରିଷ୍ଠ ଭାରତୀୟ ପୁଲିସ୍‍ ଅଧିକାରୀ ଅନୁପ କୁମାର ସିଂହଙ୍କୁ ଜାତୀୟ ନିରାପତ୍ତା ବିହିନୀ (ଏନ୍‍ଏସ୍‍ଜି)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ୧୯୮୫ ବ୍ୟାଚ୍‍ର ଏହି ଆଇପିଏସ୍‍ ଅଧିକାରୀଙ୍କ ନିଯୁକ୍ତିକୁ  ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‍ କମିଟି ମଞ୍ଜୁର ପ୍ରଦାନ କରିଛି । ଶ୍ରୀ ସିଂହ ଆସନ୍ତା ବର୍ଷ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଏହି ପଦରେ ରହିବେ ବୋଲି ଜଣାପଡ଼ିଛି। କାର୍ଯ୍ୟରେ ଯୋଗଦାନ ଦିନରୁ ତାଙ୍କ ନିଯୁକ୍ତି କାର୍ଯ୍ୟକାରୀ ହେବ। ଆତଙ୍କବାଦୀ ଆକ୍ରମଣ ପ୍ରତିହତ କରିବା ଏବଂ ଅପହରଣ ଭଳି ଘଟଣାର ମୁକାବିଲା କ୍ଷେତ୍ରରେ ଏହି ‘ବ୍ଲାକ କ୍ୟାଟ କମାଣ୍ଡେ’ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ତେଲଙ୍ଗାନା କ୍ୟାଡର ୧୯୮୪ ବ୍ୟାଚର ଆଇପିଏସ ଅଧିକାରୀ ସୁଦୀପ ଲାଖଟାକିଆ ଅବସର ନେବା ପରେ ଦୀର୍ଘ ୨ମାସ ହେବ ଏହି ପଦ ଖାଲିପଡିଥିଲା

Comments are closed.