ଅନୁଗୋଳ ଏସଆଇ ଅରକ୍ଷିତ ସେଠୀ ନିଲମ୍ବିତ

ଅନୁଗୋଳ: ଅନୁଗୋଳ ଥାନା ସବ୍ ଇନ୍ସପେକ୍ଟର ଅରକ୍ଷିତ ସେଠୀଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଗୁରୁବାର ନିଲମ୍ବନ କରାଯାଇଛି। ମାମଲାର ସଠିକ୍ ତଦନ୍ତ ନ କରିବା ଓ ଅପରାଧୀ ପ୍ରତି କୋହଳ ମନୋଭାବ ପୋଷଣ କରିଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। ମାମଲାର ଯାଞ୍ଚ ପରେ ଅନୁଗୋଳ ଏସ୍‌ପି ଆଜି ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି।

ସୂଚନା ଅନୁସାରେ, ଜଣେ ଅଭିଯୁକ୍ତ ଠାରୁ ପୁଲିସ ୩ଟି ଚୋରା ପିସ୍ତଲ ଓ ଜୀବନ୍ତ ଗୁଳି ଜବତ କରିଥିଲା। ମାତ୍ର କୋର୍ଟ ଚାଲାଣ ପରେ ସଙ୍ଗେ ସଙ୍ଗେ ତାକୁ ଜାମିନ ମିଳିଯାଇଥିଲା। ତେବେ ସଠିକ ତଦନ୍ତ ଅଭାବରୁ ଆବଶ୍ୟକ କାଗଜପତ୍ର ନଥିବାରୁ ଅପରାଧୀକୁ ଜାମିନ ମିଳିଥିବା ଅଭିଯୋଗ ଆସିବା ପରେ ଅନୁଗୋଳ ଏସପି ଓ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଅନୁଗୋଳ ଥାନାରେ ପହଞ୍ଚି ଘଟଣାର ଯାଞ୍ଚ କରିଥିଲେ।

Comments are closed.