କେନାଲରେ ବୁଡ଼ି ୨ ଯୁବକ ମୃତ

ଅନୁଗୁଳ : ଅନୁଗୁଳ ଜିଲା ହେମସୁର ପଡା ନିକଟସ୍ଥ କେନାଲ ପାଣିରେ ବୁଡି ବୁଧବାର ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଦ୍ବୟ ହେଲେ ବୃନ୍ଦାବନ ସେଠି ଓ ତାଙ୍କ ସାଙ୍ଗ ବାବୁ ମହାନ୍ତି ।

ସୂଚନା ଅନୁଯାୟୀ, ବୃନ୍ଦାବନ ଓ ବାବୁ ଏକାଠି ଉକ୍ତ କେନାଳକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ବୃନ୍ଦାବନଙ୍କ ଗୋଡ଼ ଖସିଯିବା ସହ ଗଭୀର ପାଣିକୁ ଚାଲି ଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ବାବୁ ମଧ୍ୟ ପାଣିକୁ ଯାଇଥିଲେ । ତେବେ ଉଭୟ ପାଣିରୁ ବାହାରି ପାରି ନ ଥିଲେ । ଫଳରେ ଘଟଣାସ୍ଥଳରେ ବୃନ୍ଦାବନ ଓ ବାବୁଙ୍କ ମୃତ୍ୟୁ ହୋଇଛି ।

Comments are closed.