ଦନ୍ତା ହାତୀ ଆକ୍ରମଣରେ ଯୁବକ ମୃତ

ବନ୍ତଳା : ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ଗତ ଦେଢ଼ ମାସଭିତରେ ଦନ୍ତା ହାତୀ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରକାଶଯେ ଆଜି ସକାଳ ସମୟରେ ଜଙ୍ଗଲରୁ ଡାଳ ସଂଗ୍ରହ କରିବାକୁ ଯାଇଥିବା ବନ୍ତଳା ଥାନା ବରଗୌଣିଆ ଗ୍ରାମର ସୁଦାମ ପ୍ରଧାନ(୪୫)ଙ୍କୁ ଏକ ଦନ୍ତା ହାତୀ ଗୋଡେଇ ଗୋଡେଇ ମାରିଥିଲା। ଫଳରେ ସୁଦାମଙ୍କର ଘଟଣା ସ୍ଥଳରେ ହିଁ ପ୍ରାଣବାୟୁ ଉଡିଯାଇଥିବା ଜଣାପଡିଛି। ବାରମ୍ବାର ଏହି ଅଞ୍ଚଳରେ ହାତୀ ମଣିଷଙ୍କ ଲଢେଇ ଭିତରେ ନିରୀହ ଲୋକ ମାନଙ୍କ ପ୍ରାଣ ଚାଲିଯାଉଥିବାରୁ ଘଟଣା ସ୍ଥଳରେ ବେଶ କିଛି ସମୟ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ତେବେ ପରେ ବନ୍ତଳା ପୋଲିସ ଓ ବନାଞ୍ଚଳ ଅଧିକାରୀ ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ଘଟଣା ସ୍ଥଳରୁ ଶବକୁ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Comments are closed.