ବାଇକ- ଟ୍ରକ ମୁହାଁମୁହିଁ ଧକ୍କା: ୧ମୃତ, ୩ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲା ଜରପଡା ଥାନା ଅନ୍ତର୍ଗତ କଞ୍ଜରା ନିକଟରେ ରବିବାର ଟ୍ରକ ସହ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଛି। ଏହି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ,  ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ କଞ୍ଜରା ନିକଟରେ ଦୁଇଟି ବାଇକ ଗୋଟିଏ ଟ୍ରକକୁ ଅତିକ୍ରମ କରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଧକ୍କାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ।  ସ୍ଥାନୀୟଲୋକେ ଗୁରୁତର ଲୋକଙ୍କୁ ଉଦ୍ଧାରକରି ମେଡିକାଲରେ ଭର୍ତ୍ତି କରିଥିଲେ।  ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନଥିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି।

Comments are closed.