ଅଟୋକୁ ପିଟିଲା ଟ୍ରକ ୨ମୃତ, ୩ ଗୁରୁତର

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ନାଇକାନାଳି ନିକଟରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଥିବା ସୂଚନାମିଳିଛି। ପଜଙ୍ଗ ଅଞ୍ଚଳର କଣ୍ଢେଇଖୋଲ ଗାଁର ୪ ଜଣ ମହିଳା ଏକ ଅଟୋରେ ସମଲଥାନା ଗୌଣିଘସା ଗାଁରୁ ତାଙ୍କ ସମ୍ପର୍କୀୟଙ୍କ ଘରୁ ଫେରୁଥିବା ସମୟରେ ଜିନ୍ଦଲ କମ୍ପାନୀରୁ ଲୁହାପଥର ଖାଲିକରି ଦୃତଗତିରେ ଆସୁଥିବା ୧୦ ଚକିଆ ଟ୍ରକ ଅଟୋ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ  ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଜଣା ପଡିଛି। ଗୁରୁତର ମାନଙ୍କୁ ଖମାର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଏହି ସ୍ଥାନରେ ଗତ ଦୁଇମାସ ମଧ୍ୟରେ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଏହି ସ୍ଥାନଟି ଜଙ୍ଗଲିଆ ଏବଂ ରାସ୍ଥା ଅଙ୍କାବଙ୍କା ହୋଇଥିବାରୁ ଦୃତଗତିରେ ଆସୁଥବା ଗାଡି ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି।

Leave A Reply