ଗ୍ୟାସ ଟ୍ୟାଙ୍କର – ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ୪ ମୃତ, ୩ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲା ଜରପଡା ଥାନା ଅଞ୍ଚଳ ୫୫ନ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ଗ୍ୟାସ ଟ୍ୟାଙ୍କର ଓ ଆମ୍ବୁଲାନ୍ସ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହେବ ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆମ୍ବୁଲାନ୍ସଟି ବୁର୍ଲାରୁ କଟକ ଅଭିମୁଖେ ଯାଉଥିବା ବେଳେ ଟ୍ୟାଂକରଟି କଟକରୁ ସମ୍ବଲପୁର ଅଭିମୁଖେ ଯାଉଥିଲା।

Comments are closed.