ଲକ ଡାଉନର ପ୍ରଭାବ : ଭିଡ କମାଇବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ

ଅନୁଗୁଳ : ରାଜ୍ୟ ସରକାର ୫ଟି ଜିଲାକୁ ଲକ ଡାଉନ ଘୋଷଣା କରିବା ପରେ ଅନୁଗୁଳରେ ପୁଲିସ ପକ୍ଷରୁ ସୋମବାର ବ୍ୟାପକ ପଦକ୍ଷେପ ନିଆଯାଇଛି। ବସ ଷ୍ଟାଣ୍ଡରେ ବସ ଚଳାଚଳକୁ ବନ୍ଦ କରାଯିବାପରେ ଦୋକାନ ବଜାର ବନ୍ଦ କରାଯାଇଛି। ସେହିପରି ଯେଉଁ ରାସନ ଦୋକାନ କିମ୍ବା ଫଳ ଦୋକାନରେ ଭିଡ଼ ହେଉଛି, ସେଗୁଡିକୁ ମଧ୍ୟ ବନ୍ଦ କରିବା ପାଇଁ କୁହାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନୀ ମାନଙ୍କୁ ଭିଡ଼ କମାଇବା କୁହାଯାଇଛି। ବଜାରରେ ଅତ୍ୟଧିକ ଭିଡ଼ କମାଇବା ପାଇଁ ପରିବା ବଜାରକୁ ବନ୍ଦ କରିଦିଆଯାଇଛି। କେବଳ ରାସ୍ତା କଡରେ ପରିବା ବିକାଳି ମାନେ ବସି ପରିବା ବିକିବା ପାଇଁ ଅନୁମତି ଦିଆଯାଇଛି। ଏହି ସମୟରେ ଯେପରି ଭିଡ଼ ନହୁଏ ସେଥିପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଅନ୍ୟପକ୍ଷରେ ରାସ୍ତାରେ ପଥଚାରୀଙ୍କୁ ଅନାବଶ୍ୟକଥିଲେ ଘରୁ ନ ବାହିରାବା ପାଇଁ ପୁଲିସ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି।

Comments are closed.