ହୋଟେଲ ମାଲିକାନୀଙ୍କ ବୃଦ୍ଧାଙ୍କ ପ୍ରତି ଅତ୍ୟାଚାର

ଅନୁଗୁଳ: ଅନୁଗୁଳ ଜିଲା ରେଙ୍ଗାଳି ଥାନା ଅନ୍ତର୍ଗତ ରେଙ୍ଗାଳି ବଜାରର ଏକ ହୋଟେଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହୋଟେଲ ମାଲିକାନୀ ବୃଦ୍ଧାକୁ ଶାରୀରିକ ଅତ୍ୟାଚାର ଦେଉଥିବା ଭିଡିଓ କ୍ୟାମେରାରେ କଏଦ ହୋଇଛି।

ସୂଚନା ଅନୁଯାୟୀ, ହୋଟେଲରେ ଏହି ବୃଦ୍ଧା ଜଣଙ୍କ ଦିର୍ଘ ଦିନ ଧରି ବାସନ ମାଜିବା କାମ କରୁଥିଲେ। ମାଲିକାଣୀ ଚୋରି କରୁଥିବା କହି ବୃଦ୍ଧାକୁ ମାଡ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଫଳରେ ଏଭଳି ଏକ ଅଭାବନୀୟ ଘଟଣାକୁ ସ୍ଥାନୀୟ ଜନସାଧାରଣ ନିନ୍ଦା କରିଛନ୍ତି। ଏହି ହୋଟେଲର ମାଲିକାଣୀ ବୃଦ୍ଧାଙ୍କୁ ମାଡ଼ ମାରିବା ସମୟରେ ପାଚିକାର ଲୁଗା ପିନ୍ଧିଥିବାରୁ ସେ ଜଣେ ପାଚିକାଥିବା ଜଣାପଡିଛି।

Comments are closed.