ଭିଣୋଇ ଛୁରା ମାଡ଼ରେ ଶଳା ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲା ଛେଣ୍ଡିପଦା ଅଞ୍ଚଳରେ ଛୁରା ମାଡ଼ରେ ଜଣେ ଗୁରୁତର । ଛେଣ୍ଡିପଦା ଥାନା ହାଟପଦାରେ ରହୁଥିବା ଯାଯାବର ବସ୍ତିରେ ସାମାନ୍ୟ ବଚସାକୁ ନେଇ ଭିଣୋଇ ନରି ମାଝୀର ଛୁରାମାଡ଼ରେ ଶଳା ଭିକୁ ମାଝୀ ଗୁରୁତର । ସୂଚନାଅନୁସାରେ ସମ୍ବଲପୁର ଗୁଡଭଙ୍ଗା ଅଞ୍ଚଳରୁ ଆସି ବୁଲି ବୁଲି ମହୁ ବିକ୍ରି କରି ଚଳୁଥିବା ଭିକୁ ମାଝି ଓ ତାର ସ୍ତ୍ରୀ ସୁନିଆ ମାଝି ମଧ୍ୟରେ କିଛି କଥାକୁ ନେଇ ଝଗଡା ହୋଇଥିଲା ଏହି ଝଗଡାକୁ ସମାଧାନ କରିବାକୁ ସୁନିଆ ମାଝିର ଭାଇ ଭିକୁ ମାଝି ଓ ସଂମ୍ପର୍କିୟ ଭିଣୋଇ ଅନୁଗୋଳରୁ ଦିନ ୧୦ ସମୟରେ ଛେଣ୍ତିପଦା ଆସିଥିଲେ କିନ୍ତୁ ସମାଧାନ ବଦଳରେ ଝଗଡା ବଢିବାରେ ଲାଗିଥିଲା ଏବଂ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଫଳରେ ନରୀ ମାଝି ଛକ ଉପରେ ଏକ ଧାରୁଆ ଛୁରିରେ ଭିକୁ ମାଝିକୁ ଆକ୍ରମଣ କରିଥିଲା ଫଳରେ ଭିକୁ ମାଝି ରକ୍ତ ଜୁଡବୁଡୁ ହଇ ତେଳ ପଡିଯାଇ ଥିଲା । ତୁରନ୍ତ ଛେଣ୍ତିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭିକୁ ମାଝିକୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରିବା ସହ ନରୀ ମାଝିକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ଅପର ପକ୍ଷରେ ଭିକୁ ମାଝିର ଡହାଣ ପାଖ ଛାତିରେ ଗଭିର ଆଘାତ ଲାଗିଥିବାରୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Comments are closed.