୫ ନାବାଳକ ଉଦ୍ଧାର 

0

ଅନୁଗୋଳ : ଅନୁଗୋଳ ଜିଲାର ଚନ୍ଦ୍ରବାହାଳ ପାହାଡ ତଳେ ଥିବା ଏକ ମଠରୁ ୫ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଏହି ୫ ଜଣ ନାବାଳକଙ୍କୁ  ଜିଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ଅାଦୃତ ଶିଶୁ ସଦନରେ ରଖାଯାଇଛି । ମଠର ମାଲିକ ଅଭିମନ୍ୟୁ ସାହୁ ବେଅାଇନ ଭାବେ ୧୫ରୁ ଉର୍ଦ୍ଧ୍ବ ନାବାଳକ ରଖିଥିବା ବେଳେ ଗୁରୁବାର ୫ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଅାଉ ୧୦ ଜଣଙ୍କର ଏପର୍ଯ୍ୟନ୍ତ ସନ୍ଧାନ ମିଳି ନାହିଁ । ମଠର ମାଲିକକୁ ପୁଲିସ ଅଟକ ରଖି ଏନେଇ ପଚରା ଉଚରା କରୁଛି । ଅନୁଗୋଳ ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଅନୁଗୋଳ ଆଣିଥିଲେ। ବର୍ତ୍ତମାନ ଏମାନଙ୍କୁ ଶିଶୁ ସୁରକ୍ଷା ବିଭାଗ ଉପଯୁକ୍ତ ଥଇଥାନ କରି ରଖିବ ବୋଲି ଶ୍ରୀ ବେହେରା କହିଛନ୍ତି ।

Leave A Reply