ରାସ୍ତା ନିର୍ମାଣକୁ ବିରୋଧ କରି ଗ୍ରାମବାସୀଙ୍କ ଆନ୍ଦୋଳନ

0

ଅନୁଗୁଳ : ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ରାସ୍ତା ନିର୍ମାଣକୁ ଖଇରାବେରେଣୀ ଗ୍ରାମବାସୀ ବିରୋଧ କରିଛନ୍ତି। ରାସ୍ତାର ସମ୍ପ୍ରସାରଣ ପାଇଁ କିଛି ଲୋକଙ୍କ ଘର ଭଙ୍ଗା ଯିବାରୁ ଗ୍ରାମବାସୀ ଏହାର ଦୃଢ ବିରୋଧ କରିଛନ୍ତି। ଘର ଭଙ୍ଗାଯିବା ସମୟରେ ଦୁଇ ପରିବାର ସଦସ୍ୟ ଓ ଛୁଆମାନେ ଭଙ୍ଗାଯାଉଥିବା ଗାଡି ଆଗରେ ବସିଥିବା ଦେଖିବାକୁ ମିଳିଛି। ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଗ୍ରାମବାସୀଙ୍କୁ ବୁଝାଇବାକୁ ଚେଷ୍ଟା କରିବା ସହ ସ୍ଥାନ ଛାଡିବାକୁ କହୁଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ୧ ପ୍ଲାଟୁନ ପୁଲିସ ବଳ ମୁତୟନ ହୋଇଛନ୍ତି। ପୁଲିସ ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରିଛି।

Leave A Reply