ପୁଣି ପ୍ରବାସୀ ଫେରନ୍ତାଙ୍କ ବସ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

ଅନୁଗୁଳ : ମହାରାଷ୍ଟ୍ରରୁ ପ୍ରବାସୀ ଶ୍ରମିକ ନେଇ କଲିକତା ଯାଉଥିବା ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ୫୫ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଅନ୍ତର୍ଗତ ଲୁହାମୁଣ୍ଡା ଗ୍ରାମରେ ଆଜି ସକାଳ ବସଟି ଏକ ଗ୍ୟାସ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ୨୪ଜଣ ପ୍ରବାସୀ ଶ୍ରମିକ ଙ୍କୁ ନେଇ ବସ ଟି କଲିକତା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଟ୍ୟାଙ୍କର ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣାର ଖବର ପାଇ ହଣ୍ଡପା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସରେ ଥିବା ଯାତ୍ରାମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ସ୍ବାସ୍ଥ୍ୟ ପରୀକ୍ଷାପରେ ସମସ୍ତ ଶ୍ରମିକ ସୁସ୍ଥଥିବା ଜିଲା ପ୍ରଶାସନ ସୂଚନା ଦେଇଛି ।

Comments are closed.