ଅନୁଭବ-ବର୍ଷାଙ୍କୁ ଭେଟିଲେ ମାନବାଧିକାର କର୍ମୀ : ଏକାଠି ହେବେ ଶୁଆ-ଶାରୀ!

ଭୁବନେଶ୍ୱର : ଶୀଘ୍ର ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ପୁଣି ଏକାଠି ହେବେ ଶୁଆ-ଶାରୀ। କହିବେ- କିଏସେ ଡାକୁଛି କୋଉଠି ମତେ। ସାଂସଦ -ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷାଙ୍କ ଭିତରେ ଦେଖା ଦେଇଥିବା ବିବାଦ ପରିପ୍ରେକ୍ଷୀରେ ଗୁରୁବାର ମାନବାଧିକାର କର୍ମୀ କଟକସ୍ଥିତ ବାସଭବନରେ ଉଭୟଙ୍କୁ ଭେଟି ଦୀର୍ଘ ସମୟ ଆଲୋଚନା କରିଛନ୍ତି। ପୃଥକ୍‍ ପୃଥକ୍‍ ଆଲୋଚନା କାଳରେ ଏକ ସକାରାତ୍ମକ ସନ୍ଦେଶ ମିଳିଥିବା କୁହାଯାଉଛି।

ପ୍ରୋଟେକ୍ସନ ଅଫ୍‍ ହ୍ୟୁମାନ ରାଇଟ୍ସ କମିସନର ସଦସ୍ୟାଙ୍କ କହିବାନୁଯାୟୀ ଆଜିର ଆଲୋଚନା ଏକ ଭଲ ଦିଗ ଦେଖାଇବ। ଉଭୟ ଉଭୟଙ୍କ ଭୁଲ୍‍ ବୁଝିପାରିବେ। ଆଲୋଚନା କାଳରେ ବର୍ଷା ଅନୁଭବଙ୍କ ବ୍ୟତୀତ ପରିବାରର ଅନ୍ୟ କେହି ତାଙ୍କ ପ୍ରତି ଅତ୍ୟାଚାର କରିନଥିବା କହିଥିବାବେଳେ ଅନୁଭବ ବିବାହ ବିଚ୍ଛେଦ ନେଇ କିଛି ସ୍ପଷ୍ଟ କରିନାହାନ୍ତି। ଏହି ଆଲୋଚନାରେ କମିସନର ସଦସ୍ୟା ଗୀତାଶ୍ରୀ ଦାସ ଓ ଅନ୍ୟମାନେ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ, ବର୍ଷା-ଅନୁଭବଙ୍କ ବିବାଦ ଅଦାଲତରେ ପହଞ୍ଚିଥିବାବେଳେ ଉଭୟ ସାମାଜିକ ଗଣମାଧ୍ୟମରେ ଏବେ ଆରୋପ-ପ୍ରତ୍ୟାରୋପ ଜାରି ରଖିଛନ୍ତି। ତେବେ ଗୁରୁବାର କମିସନର ସଦସ୍ୟାଙ୍କ ସହ ଆଲୋଚନା ପରେ ଉଭୟଙ୍କ ବିବାଦ କେଉଁ ଦିଗରେ ଅଗ୍ରଗତି କରୁଛି ତା’ଉପରେ ଏବେ ସମସ୍ତଙ୍କ ନଜର।

Comments are closed.