ଅନୁଭବ-ବର୍ଷା ବିବାଦ; ୨୫ରେ ଚତୁର୍ଥ ଆପୋସ ଆଲୋଚନା

ନୂଆଦିଲ୍ଲୀ : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦର ସାମଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶମତେ ଅନୁଷ୍ଠିତ ଆପୋଷ ଆଲୋଚନା ଆଜି ମଧ୍ୟ ଅସଂପୂର୍ଣ୍ଣ ରହିଛି। ସୁପ୍ରିମକୋର୍ଟ ମଧ୍ୟସ୍ଥତା କେନ୍ଦ୍ରର ମଧ୍ୟସ୍ଥ ପୂଜା ଆନନ୍ଦଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ତୃତୀୟ ଆଲୋଚନା ଅଢ଼େଇ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିଲା। ଦୀର୍ଘ ଆଲୋଚନା ପରେ ମଧ୍ୟ ସମାଧାନର କୌଣସି ବାଟ ବାହାରି ପାରିନଥିଲା। ଚତୁର୍ଥ ଥର ଲାଗି ଆପୋଷ ଆଲୋଚନା ପାଇଁ ଉଭୟ ପକ୍ଷ ସହମତ ହୋଇଥିଲେ। ନଭେମ୍ବର ୨୫ ବୁଧବାର ଦିନ ୪ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚତୁର୍ଥ ଆପୋଷ ଆଲୋଚନା ପାଇଁ ସ୍ଥିର ହୋଇଛି।