ଅନୁଭବଙ୍କ ବିରୋଧରେ ବର୍ଷାଙ୍କ ଏତଲା,

ଅନୁଭବ ମୋତେ କଳଙ୍କିତ କରି ପ୍ରତିଶୋଧ ନେଉଛନ୍ତି :ବର୍ଷା

ଭୁବନେଶ୍ବର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା ଏବେ ପୁଣି ଚର୍ଚ୍ଚାକୁ ଆସିଛି। ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। କଟକ ପୁରୀଘାଟ ଥାନାରେ ସୋସିଆଲ ମିଡ଼ିଆରେ ଅନୁଭବଙ୍କ ଭିଡ଼ିଓ ଭାଇରାଲକୁ ନେଇ ଏତଲା ଦାୟର କରିଛନ୍ତି। ଏତଲାରେ ବର୍ଷା ଅନୁଭବଙ୍କ ଭିଡିଓର ପ୍ରତିବାଦ କରିଛନ୍ତି। ଏତଲାରେ ବର୍ଷା ଅଭିଯୋଗ କରି ଲେଖିଛନ୍ତି ଯେ ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। କୋର୍ଟରେ ମାମଲା ବିଚାରଧୀନ ଥିବାବେଳେ ଭିଡିଓ ଜାରି କରୁଛନ୍ତି। ଭିଡ଼ିଓ କରି ମୋ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଉଛନ୍ତି। ମୋର ମାନହାନି ସହ ଚରିତ୍ରହାନି କରୁଛନ୍ତି ଅନୁଭବ। ଏପରି କରି ମୋତେ ମାନସିକ ଭାବେ ନିର୍ଯାତନା ଦେଇଛନ୍ତି। ମନଗଢ଼ା କାହାଣୀ କହି ମୋତେ ଆକ୍ଷେପ କରୁଛନ୍ତି। ମିଥ୍ୟା ଅଭିଯୋଗ କରି ମୋ ନାରୀତ୍ବକୁ ଅପମାନିତ କରୁଛନ୍ତି। ଶାରୀରିକ ସମ୍ପର୍କ ନେଇ ମିଛ କହି ମୋ ଚରିତ୍ର ସଂହାର କରୁଛନ୍ତି। ମୋତେ କଳଙ୍କିତ କରି ପ୍ରତିଶୋଧ ନେଉଛନ୍ତି ବୋଲି ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଦାୟର କରିଥିବା ଏତଲାରେ ଦର୍ଶାଇଛନ୍ତି।

Comments are closed.