ଅଯଥା ବିଳମ୍ବ, ୫ ହଜାର ଟଙ୍କା ଲେଖାଏଁ ଦାଖଲ କରିବେ ବର୍ଷା-ଅନୁଭବ

ଡେସ୍କ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ପାରିବାରିକ ବିବାଦ ମାମଲାରେ ଉଭୟଙ୍କୁ ୫ ହଜାର ଲେଖାଏଁ ଟଙ୍କା ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କାରବାରରେ ଅଯଥା ବିଳମ୍ବ କରିଥିବାରୁ ଏହି ଟଙ୍କା ଦାଖଲ କରିବାକୁ କଟକ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୪ ତାରିଖ ସୁଦ୍ଧା ଉଭୟଙ୍କୁ ୫ ହଜାର ଲେଖାଏଁ ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ କୋର୍ଟ ଉଭୟ ବର୍ଷା ଓ ଅନୁଭବଙ୍କ ନୂଆ ଆବେଦନ ମଧ୍ୟ ଗ୍ରହଣ କରିଛନ୍ତି। ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷାଙ୍କ ଆବେଦନକୁ ଗ୍ରହଣ କୋର୍ଟ ଗ୍ରହଣ କରିଥିବା ବେଳେ ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ପାଇଁ ଅନୁଭବଙ୍କ ଆବେଦନକୁ ଗ୍ରହଣ କରିଛନ୍ତି।

Comments are closed.