ଅନୁଭବ-ବର୍ଷା ବିବାଦ, ନଭେମ୍ବର ୨୩ରେ ତୃତୀୟ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶମତେ ଅନୁଷ୍ଠିତ ଆପୋଷ ଆଲୋଚନା ଆଜି ମଧ୍ୟ ଅସମ୍ପୂର୍ଣ୍ଣ ରହିଛି। ବିବାଦର ସାମାଧାନ ବାଟ ବାହାର କରିବାକୁ ନଭେମ୍ବର ୨୩ ଅପରାହ୍ଣ ୪ଟା ବେଳେ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ପୁଣି ତୃତୀୟ ଥର ଆଲୋଚନା ଲାଗି ସ୍ଥିର ହୋଇଛି। ଆଜି ଦ୍ୱିତୀୟ ଦିନ ୧ଟାରୁ ଆଲୋଚନା ଆରମ୍ଭ ହୋଇ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା। ସୁପ୍ରିମକୋର୍ଟ ମଧ୍ୟସ୍ଥତା କେନ୍ଦ୍ରର ମଧ୍ୟସ୍ଥ ପୂଜା ଆନନ୍ଦ ଉଭୟ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଆଲୋଚନା କରିଥିଲେ।

Comments are closed.