‘ଆଇଏନ୍‌ଏସ୍‌ କୋରା’ରୁ ଯୁଦ୍ଧପୋତ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ : ଭାରତୀୟ ନୌସେନା କ୍ଷୁଦ୍ର ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ କୋରା’ରୁ ଶୁକ୍ରବାର ଯୁଦ୍ଧପୋତ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ବ୍ୟବହାରିକ ପରୀକ୍ଷା କରାଯାଇଛି। ଭାରତୀୟ ନୌସେନା କହିବା ଅନୁସାରେ, ବଙ୍ଗୋପସାଗରରେ କରାଯାଇଥିବା ଏହି ବ୍ୟବହାରିକ ପରୀକ୍ଷାରେ ସର୍ବାଧିକ ଦୂରତ୍ବରୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରଟି ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଥିବା ଜାହାଜଟିକୁ ଠିକଣା ସ୍ଥାନରେ ମାଡ଼ କରିଛି।


ସୂଚନାଅନୁସାରେ ଶୁକ୍ରବାର ପଶ୍ଚିମବଙ୍ଗର ଖାଡିରେ ଯୁଦ୍ଧପୋତ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ ହୋଇଛି । ସୂଚନା ଅନୁଯାୟୀ ଏହି କ୍ଷେପଣାସ୍ତ୍ର ସଠିକ ଭାବେ ଲକ୍ଷ ଭେଦ କରିଥିବା ବେଳେ ଟାର୍ଗେଟକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଛି । ଭାରତୀୟ ନୌସେନା ନିଜ ବୟାନରେ କହିଛି ଯେ ଆଇଏନଏସ କୋରାରୁ ଉତକ୍ଷେପଣ ହୋଇଥିବା କ୍ଷେପଣାସ୍ତ୍ର ସବୁଠୁ ଅଧିକ ରେଞ୍ଜର ଏବଂ ଏହା ସଠିକ ଭାବରେ ଲକ୍ଷ ଭେଦ କରିଛି ।


ଆଇଏନଏସ କୋରା ହେଉଛି କୋରା ଶ୍ରେଣୀର ଯୁଦ୍ଧ ଜାହାଜ । ଏହିଭଳି ମିସାଇଲ ଉତକ୍ଷେପଣ ପାଇଁ ଏହି ଯୁଦ୍ଧ ଜାହାଜର ବ୍ୟବହାର କରାଯାଏ । ଏହାକୁ ୧୯୯୮ରେ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା । ଏହି ସିପର ଡିଜାଇନ ଭାରତୀୟ ନେଭିର ପ୍ରୋଜେକ୍ଟ ୨୫ଏ ଆଧାରରେ କରାଯାଇଥିଲା। ଭାରତୀୟ ନେଭିରେ ଏହି ପ୍ରକାରର ତିନୋଟି ଜାହାଜ ରହିଛି। ସେଗୁଡ଼ିକ ହେଲା- ଆଇଏନଏସ କିର୍ଚ, ଆଇଏନଏସ କୁଲିଶ, ଆଇଏନଏସ କରମୁକ।

Comments are closed.