ସିଏଏକୁ ବିରୋଧ କରି ମୁମ୍ବଇର ଅଗଷ୍ଟ କ୍ରାନ୍ତି ମଇଦାନରେ ବଡ଼ ପ୍ରଦର୍ଶନ

ମୁମ୍ବଇ : ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଗୁରୁବାର ମୁମ୍ବଇର ଅଗଷ୍ଟ କ୍ରାନ୍ତି ମଇଦାନରେ ବଡ଼ ଧରଣର ବିରୋଧ ପ୍ରଦର୍ଶନ ହୋଇଛି। ଏହି ପ୍ରଦର୍ଶନରେ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ, ଛାତ୍ରଛାତ୍ରୀ ପ୍ରମୂଖ ସାମିଲ ହୋଇଥିଲେ। ପ୍ରଦର୍ଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଶାହାଙ୍କ ବିରୋଧରେ ଶ୍ଲୋଗାନ ଦିଆଯାଇଥିଲା। ଏହିଭଳି ବିରୋଧ ପ୍ରଦର୍ଶନ ପୁଣେ ଏବଂ ନାଗପୁରରେ ମଧ୍ୟ କରାଯାଇଛି।
ସୂଚନା ଅନୁସାରେ, ଏହି ଅଗଷ୍ଟ କ୍ରାନ୍ତି ମଇଦାନରେ ଜାତିର ପିତା ମହାତ୍ମା ଗାନ୍ଧୀ ୮ ଅଗଷ୍ଟ ୧୯୪୨ରେ ମୁମ୍ବାଇଠାରେ ଭାରତ ଛାଡ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନ ଅଗଷ୍ଟ କ୍ରାନ୍ତି ନାମରେ ମଧ୍ୟ ପରିଚିତ। ମହାତ୍ମାଙ୍କ ଦ୍ୱାରା କରାଯାଇଥିବା ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ କରାଯାଇଥିଲା। ପରେ ପରେ ଏହା ସାରା ଦେଶକୁ ବ୍ୟାପିଥିଲା। ଏହି ସମୟରେ ଇଂରେଜମାନେ ପାଖାପାଖି ୧୪ ହଜାର ଭାରତୀୟଙ୍କୁ ଜେଲ୍‌ରେ ବନ୍ଦୀ କରି ରଖିଥିଲେ।

Comments are closed.